Below header

ରାଜ୍ୟରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି କରୋନା, ପୁଣି ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର କରୋନାରେ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସାମ୍ବାଦିକଙ୍କୁ  ଟାର୍ଗେଟ କରୁଛି କରୋନା। ଗତ ୪ ଦିନ ଭିତରେ ପାଖାପାଖି ୬ରୁ ଅଧିକ ସାମ୍ବାଦିକଙ୍କ ଜୀବନ ନେଇଛି ଏହି କିଲର ଭାଇରସ। ଆଜି ଆଉ ଜଣେ ଆଗାଧାଡିର ଓ ବରିଷ୍ଠ  ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର କରୋନାରେ ପରଲୋକ ହୋଇଛି ।  ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ  କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ପ୍ରୀତିମାନଙ୍କ ଅକାଳ ବିୟୋଗ ଖବର ପାଇଁ ଅନେକ  ସାମ୍ବାଦିକ ମର୍ମାହତ ହୋଇପଡିଛନ୍ତି।

ଦୀର୍ଘ ଦୁଇ ଦଶନ୍ଧୀର ସାମ୍ବାଦିକତା କ୍ୟାରିୟରରେ ପ୍ରୀତିମାନ ସନ ଟାଇମସ୍, ଓଟିଭି, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେକାନ୍ କ୍ରୋନିକିଲ୍ ଏବଂ ଟାଇମସ୍ ଅଫ୍ ଇଣ୍ଡିଆରେ କାର୍ଯ୍ୟ କରିଥିଲେ । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରର ସିଟି ପେଜ୍ ଦାୟିତ୍ୱରେ ଥିଲା ବେଳେ ସେ ଜୀବନ ହାରିଛନ୍ତି । ପ୍ରୀତିମାନଙ୍କର ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.