ମଇ ୧ରୁ ଲାଗୁ ହୋଇଛି ଏହି ସମସ୍ତ ନିୟମ, ଜାଣନ୍ତୁ ସେ ସବୁ ସଂପର୍କରେ

ଦେଶରେ ମଇ ୧ରୁ ଅନେକ ଜରୁରୀ ନିୟମ ଲାଗୁ ହୋଇସାରିଛି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ନୁହେଁ ବରଂ ଟେକ୍ନୋଲୋଜି ଦୁନିଆରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ତେଣୁ ୟୁଜର୍ସ ମାନେ ଏହାକୁ ଜାଣିବା ନିହାତି ଜରୁରୀ । ଯଦି ଆପଣ ମଧ୍ୟ ଏହି ସଂପର୍କରେ ଜାଣି ନାହାଁନ୍ତି । ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସେ ସଂପର୍କିତ ସମସ୍ତ ତଥ୍ୟ ।

ହ୍ୱାଟସଅପର ନୂଆ ପ୍ରାଇଭେସି ପଲିସି:

ମଇ ୧ ତାରିଖରୁ ହ୍ୱାଟସଅପ ପ୍ରାଇଭେସି ପଲିସିକୁ ନେଇ ଏକ ବଡ ପରିବର୍ତ୍ତନ ହୋଇଛି । ହ୍ୱାଟସଅପ ଦେଶର ସବୁଠୁ ଲୋକପ୍ରିୟ ଆପ । ତେଣୁ ଏହାର ୟୁଜର୍ସ ମାନେ ଏଥିନିମତ୍ତ ଅପଡେଟ ରହିବା ଉଚିତ । ହ୍ୱାଟସଆପ ତରଫରୁ ଏହି ସୂଚନା ଦିଆଯାଇଛି । ଏହା ନିଜର ପ୍ରାଇଭେସି ପଲିସିକୁ ଏକ୍ସପର୍ଟ କରିବାକୁ ଯାଉଛି । ଯଦି ଆପଣ ଏହି ଆପର ପ୍ରାଇଭେସି ପଲିସିକୁ ବ୍ୟବହାର କରିନାହାନ୍ତି ତେବେ ଆପଣ ୧୫ ମଇ ପୂର୍ବରୁ ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ଏକ୍ସପର୍ଟ କରିଦିଅନ୍ତୁ । ଏଥିପାଇଁ କମ୍ପାନୀ ପକ୍ଷରୁ ମଧ୍ୟ ଆଲର୍ଟ କରାଯାଇଛି ।

ଏହା ବ୍ୟତିତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା କାଳରେ ସୁରକ୍ଷିତ ରହିବା ପାଇଁ ଏବେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଭ୍ୟାକସିନ ନେବାର ତାରିଖ, ସମୟ ଓ ସ୍ଥାନ ସଂପର୍କରେ ଆପଣଙ୍କୁ ସୂଚିତ କରାଯିବ । ଏଥିପାଇଁ ଆପଣ ଆରୋଗ୍ୟ ସେତୁ କିମ୍ବା କୋୱିନ ଆପ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.