Below header

ଗଜପତି : କାଶୀନଗର ଅଞ୍ଚଳରେ ପଶି ଆନ୍ଧ୍ର କରୁଥିଲା ରାସ୍ତା କାମ, ଅଟକାଇଲେ ଉପଜିଲ୍ଲାପାଳ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପୁଣି ଆନ୍ଧ୍ର ରଚିଛି ନୂଆ ଷଡଯନ୍ତ୍ର । ଏଥର ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଛଅ ମାଇଲ ଠାରେ । ଓଡିଶାର ସୀମା ଭିତରକୁ ୧ କିଲୋମିଟର ପର୍ଯ୍ୟନ୍ତ ଆସି ଆନ୍ଧ୍ର ଆଇଟିଡିଏ ରାସ୍ତା କାମ କରୁଥିଲା । ଯାହାର ସୂଚନା ପାଇ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା ନିର୍ମାଣ ସ୍ଥଳରେ ପହଞ୍ଚି ଯାଇଥିଲେ । ଏକ ମେସିନ ସହ ନିର୍ମାଣ କାମରେ ଲାଗୁଥିବା କିଛି ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ଏ ସମ୍ପର୍କରେ ଆନ୍ଧ୍ର ଜିଲ୍ଲା ପ୍ରଶାସନ ସହ କଥା ହୋଇଛନ୍ତି । ତେବେ ଅଜାଣତରେ ଓଡ଼ିଶା ସୀମାରେ ପଶି ଏପରି ନିର୍ମାଣ କାମ କରୁଥିବା କଥା ଆନ୍ଧ୍ର ଅଧିକାରୀ ସ୍ୱୀକାର କରିଛନ୍ତି ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି ।

ଅବଶ୍ୟ ଏକଥାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରୁନାହାନ୍ତି । କାରଣ କୋଟିଆ ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସୀମାରେ ଆନ୍ଧ୍ର ଅନୁପ୍ରବେଶ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.