ରାଜଧାନୀର ଜନଗହଳି ଛକରେ ଲୁଟ୍, ଚଳନ୍ତା ବାଇକରୁ ମହିଳାଙ୍କ ସୁନା ଚେନ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର(କେନ୍ୟୁଜ୍): କିଛି ଦିନର ନୀରବତା ପରେ  ରାଜଧାନୀରେ ପୁଣୀ ମାତିଲେ କଳା ପଲସରଧାରୀ ଲୁଟେରା । ମାଷ୍ଟର କ୍ୟାଣ୍ଟିନ ଛକରେ ପତ୍ନୀଙ୍କୁ ଧରି ବାଇକରେ ଯାଉଥିବା ବେଳେ ସୁନା ଚେନ ଝାମ୍ପିନେଲେ ଲୁଟେରା ।  ଚେନ ଝାମ୍ପିବା ସମୟରେ ବାଇକରୁ ଖସି ପଡି ମହିଳା ଗୁରୁତର ହୋଇଥିବା ସୂଚନା ।

ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ । ଘଟଣା ସ୍ଥଳର ସିସିଟିଭି ଫୁଟେଜ ସଂଗ୍ରହ କରୁଛି ପୋଲିସ ।  ଅଭିଯୋଗ ଆଧାରରେ ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.