ସରିଲା ଜୁନିଅର୍ ବିଶ୍ଵକପର ଲିଗ୍ ମ୍ୟାଚ୍: ଇଜିପ୍ଟକୁ ୧୧-୦ ରେ ହରାଇଲା ଜର୍ମାନୀ

କେନ୍ୟୁଜ୍(ବ୍ୟୁରୋ): ଇଜିପ୍ଟ କୁ ୧୧-୦ ରେ ହରେଇଲା ଜର୍ମାନୀ। ଜର୍ମାନୀ ପ୍ରଥମ କ୍ୱାଟରରୁ ହିଁ ଦୁଇଟି ଗୋଲ୍ କରି ଇଜିପ୍ଟକୁ ବେକ ଫୁଟକୁ ନେଇ ଯାଇଥିଲା। ଜର୍ମାନୀ ସାମ୍ନାରେ ଫିକା ପଡ଼ିଛି ଇଜିପ୍ଟ। ଏହି ମ୍ୟାଚରେ ଇଜିପ୍ଟ ତରଫରୁ ଗୋଟିଏ ବି ଗୋଲ୍ କରି ପାରି ନଥିଲା। ଏହା ସହିତ ଜୁନିଅର୍ ବିଶ୍ଵକପ ର ଲିଗ୍ ମ୍ୟାଚ୍ ସରିଛି।

ଲିଗ୍ ପରେ ଗ୍ରୁପ ଏ ରୁ ବେଲଜିୟମ ଓ ମାଲେସିଆ, ଗ୍ରୁପ ବିରୁ ଫ୍ରାନ୍ସ ଓ ଭାରତ, ଗ୍ରୁପ ସିରୁ ନେଦରଲ୍ୟାଣ୍ଡ ଓ ସ୍ପେନ ଏବଂ ଗ୍ରୁପ ଡି ରୁ ଜର୍ମାନୀ ଓ ଆର୍ଜେନଂଟିନା କ୍ଵାଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ଯେଉଁ ଦଳ ସବୁ କ୍ଵାଟର ଫାଇନାଲ ରେସରୁ ବାହାରି ଯାଇଛନ୍ତି ସେଇ ଦଳ ଆସନ୍ତା ୩୦ ତାରିଖ ପୋଜିସନ୍ ମ୍ୟାଚ୍ ପାଇଁ ଖେଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.