ପୁଣି ଚମକିଲେ ଓଡ଼ିଆ ଧାବିକା ଦୂତି ଚାନ୍ଦ

ପୁଣି ଚମକିଲେ ଓଡ଼ିଆ ଧାବିକା । ପଞ୍ଜାବ ପଟିଆଲାରେ ଚାଲିଥିବା ଜାତୀୟ ସିନିୟର ଆଥଲେଟିକ୍ସ ଚମ୍ପିୟନସିପ୍ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ୨୦୦ ମିଟର ମହିଳା ଇଭେଣ୍ଟରେ ବାଜି ମାରିଛନ୍ତି ଦୂତି । ୨୩ ଦଶମିକ ୩୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ସେହିପରି ୪୦୦ମିଟର ହଡଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଜଉନା ମୁର୍ମୁ । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜଉନା ମୁର୍ମୁଙ୍କୁ ବି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.