Below header

କେବେ ହେବ ସମାଧାନ? ପୁଣି ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ । ଗତକାଲି ସୁମିତଙ୍କ କୋର୍ଟ ଆଦେଶକୁ ଅବମାନନା ନେଇ ତପସ୍ୱିନୀ ଦାଖଲ କରିଥିବା ପିଟିସନର ଶୁଣାଣି ଏସଡିଜେଏମ୍‌ କୋର୍ଟରେ ହୋଇଛି । ଉଭୟ ସୁମିତ-ତପସ୍ୱିନୀଙ୍କ ଓକିଲ ନିଜ ନିଜ ମତ ରଖିଛନ୍ତି । ଯୁକ୍ତି ଶୁଣିବା ପରେ କୋର୍ଟ ମାମଲା ଉପରେ ଏକ ଆଦେଶ ଦେଇଛନ୍ତି ।

କୋର୍ଟଙ୍କ ଆଦେଶ ଅନୁସାରେ ଅଦାଲତ ଅବମାନନା କରିିଥିବା ନେଇ ଥାନାରେ କିମ୍ବା କୋର୍ଟରେ ସ୍ୱତନ୍ତ୍ର ଅଭିଯୋଗ ଦାଖଲ ପାଇଁ ତପସ୍ୱିନୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଅନ୍ତରୀଣ ରିଲିଫ ପ୍ରଦାନ ନେଇ ସେ ଦାଖଲ କରିଥିବା ପିଟିସନର ଶୁଣାଣି ଆସନ୍ତା ୨୦ ତାରିଖ ପାଇଁ ରହିଥିବାରୁ ବର୍ତ୍ତମାନ ତପସ୍ୱିନୀ ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.