ଜାଡରେ ଥରୁଛି ସାରା ଓଡ଼ିଶା: ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ଜାଡରେ ଥରୁଛି ସାରା ଓଡ଼ିଶା। ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହରର ତାପମାତ୍ରା । ସବୁଠି ଖସିଛି ରାତି ତାପମାତ୍ରା । ଆଗକୁ ଆହୁରି ବଢିବ ଶୀତ । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି ।

ରାଜ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତ ଜାରି ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ରୁ ୫ଦିନରେ ତାପମାତ୍ରା ୩ରୁ ୪ଡିଗ୍ରୀ କମିବ। ଫଳରେ ୫ଦିନ ଯାଏ ଶୀତରେ ଥରିବ ରାଜ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.