ଭୁବନେଶ୍ବର ନିୟୁ ଫରେଷ୍ଟ ପାର୍କ ଅଂଚଳରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱରରେ ପୁଣି ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର । ନିୟୁ ଫରେଷ୍ଟ ପାର୍କ ଅଂଚଳରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ଜ୍ୟୋତି ରଂଜନ ସାହୁ  ଓ ତାଙ୍କ ଘର ଖୋର୍ଦ୍ଧା ସରପାରି ଗାଁରେ। ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ,ମୃତକଙ୍କ ହାତରେ ବନ୍ଧା ହୋଇଛି କଡ଼ି ।

ତେଣୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।ଜ୍ୟୋତି ଖୋର୍ଦ୍ଧା ମଳିପଡ଼ା କଲେଜରେ ଯୁକ୍ତ ୩ରେ ପାଠ ପଢ଼ୁଥିଲେ।  ପୋଷ୍ଟ ମୋର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ଏୟାରପୋର୍ଟ ଥାନା ପୋଲିସ । ସେପଟେ ପୋଲିସ ନିଜ ଆଡୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.