କର୍କଟ ରାଶିରେ ବୁଧ-ସୂର୍ଯ୍ୟଙ୍କ ଶୁଭ ସଂଯୋଗ ଯୋଗୁ ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ଟଙ୍କା ବର୍ଷା

ଗ୍ରହଙ୍କ ଚଳନ ମନୁଷ୍ୟ ଜୀବନ ଉପରେ ପକାଇ ଥାଏ ପ୍ରଭାବ । ଆସନ୍ତା ୧୬ ଜୁଲାଇରେ ସୂର୍ଯ୍ୟ ଦେବ କର୍କଟ ରାଶିରେ ଚଳନ କରିବାକୁ ଯାଉଛନ୍ତି । ସେହିପରି କର୍କଟ ରାଶିରେ ବୁଧ ମଧ୍ୟ ୧୬ ଜୁଲାଇରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏଠାରେ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ଏଠାରେ ସୂର୍ଯ୍ୟ ଦେବ ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବେ । ଏହି ଦୁଇ ଗ୍ରହ ସୃଷ୍ଟି କରୁଥିବା ଯୋଗର ବିଶେଷ ଲାଭ ୩ ରାଶିଙ୍କୁ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ମିଳିବ ଏହି ବିଶେଷ ଲାଭ ।

ମେଷ ରାଶି :

ଏହି ଗୋଚର ଯୋଗୁ ମେଷ ରାଶି ବାଲାଙ୍କ ଭାଗ୍ୟ ଚମକିବ । ଏହି ସମୟରେ ଜୀବନରେ ପ୍ରାୟ ସବୁ ଦିଗରୁ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ରହିଛି । ଚାକିରି ବଦଳାଇବାକୁ ଚାହୁଁଛନ୍ତି ତ ଶୁଭ ସମାଚାର ପାଇବେ । ଧନ ମିଳିବାର ଯୋଗ ରହିଛି ।

ମିଥୁନ ରାଶି :

ଆର୍ଥିକ ସ୍ଥିତି ଭଲ ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କର ଦରମା ବଢ଼ିପାରେ । ବରିଷ୍ଠ ଅଧିକାରୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ବେପାରରେ ଭଲ ଲାଭ ମିଳିବ । ନୂଆ ଯୋଜନାରେ ସଫଳ ହେବେ । ସମ୍ପର୍କ ମଜବୁତ ହେବ । ସବୁ କାମରେ ଭାଗ୍ୟ ସାଥି ଦେବ ।

ତୁଳା ରାଶି :

ଏହି ସମୟ ଏହି ରାଶି ବାଲାଙ୍କ ପାଇଁ ବହୁତ ଶୁଭ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ । ପଦୋନ୍ନତୀ ଓ ଉନ୍ନତିର ଯୋଗ ସୃଷ୍ଟି ହେଉଛି । ନିବେଶରେ ଭଲ ଲାଭ ମିଳିବ । ଗାଡି କିଣି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.