ପଶ୍ଚିମାଝଡ କରୁଛି କଲବଲ୍, ଓଡ଼ିଶାକୁ ପୁଣି ଲେଉଟିଲା ତାତି

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ପୁଣି ପଶ୍ଚିମାଝଡର ପ୍ରଭାବ । ପଶ୍ଚିମାଝଡ ପ୍ରଭାବରେ ପୁନର୍ବାର ଓଡ଼ିଶାକୁ ଲେଉଟିଲା ତାତି। କେବଳ ତାତି ନୁହେଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଆଜି  ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ ୫ ସହର ୪୩ ଡିଗ୍ରୀ ଉପରେ । ଆଗକୁ ଆହୁରି ଦୁଇ ଦିନ ଏହିଭଳି ପାଗ ରହିବା ବେଳେ କିଛି ସ୍ଥାନ ରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିପରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଶେଷ ସ୍ଥିତି ଉପୁଜିବ ନାହିଁ। କାଁ ଭାଁ ଅଞ୍ଚଳରେ କାଳବୈଶାଖୀ ହେବାକୁ ଥିବା ବେଳେ ସୋମବାରଠାରୁ ପୁଣି କାଳବୈଶାଖୀ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସୁଦୃଶ୍ୟ-ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମାର୍ତ୍ତାବନ-ଉପକୂଳ ଏବଂ ତତସଂଲଗ୍ନ ମିଆଁମାର ଅଞ୍ଚଳରେ ଅବପାତର ପରିଣତ ହୋଇଛି। ଏହା ବର୍ତ୍ତମାନ ମିଆଁମାରଠାରୁ ଦକ୍ଷିଣପଶ୍ଚିମ ଦିଗରେ ୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି ଅବପାତଟି ଉତ୍ତରପୂର୍ବ ଦିଗରେ ଗତିକରି ମିଆଁମାର ଉପକୂଳକୁ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.