ଆସାମ ବନ୍ୟାରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ବଡ଼ ଭୂମିକା ତୁଲାଉଛି ଭାରତୀୟ ବାୟୁସେନା

କେନ୍ୟୁଜ୍(ବ୍ୟୁରୋ):  ଆସାମ ବନ୍ୟାରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ବଡ଼ ଭୂମିକା ତୁଲାଉଛି ଭାରତୀୟ ବାୟୁସେନା । ଗତ ୧୫ ତାରିଖରୁ ନିୟୋଜିତ ଅଛି ଏୟାରଫୋର୍ସ ହେଲିକପ୍‌ଟର। ମେ ୧୫ରେ ଆସାମର ଏକ ରେଳଷ୍ଟେସନ୍‌ରେ ଫସିଥିବା ୧୧୯ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ଏମ୍‌ଆଇ-୧୭ ହେଲିକପ୍‌ଟର । ଏହାପରେ ଅଧିକ ହେଲିକପ୍‌ଟର ମୁତୟନ ହୋଇଥିଲା । ଦୁଇଟି ଏମ୍‌ଆଇ-୧୭, ଗୋଟିଏ ଚିନୁକ୍‌, ଗୋଟିଏ ଧ୍ରୁବ୍‌ ଓ ଗୋଟିଏ ପରିବହନ ହେଲିକପ୍‌ଟର ମୁତୟନ ହୋଇଥିଲା ।

iaf3

ଲୋକଙ୍କୁ ଉଦ୍ଧାର ଏବଂ ରିଲିଫ୍‌ ସହ ଏନଡିଆରଏଫ୍‌ ଟିମ୍‌କୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚାଉଛି ବାୟୁସେନା ହେଲିକପ୍‌ଟର। ପ୍ରତିକୂଳ ପାଗରେ ମଧ୍ୟ ନିରବଛିନ୍ନ ଭାବେ କାର୍ଯ୍ୟ କରୁଛି ବାୟୁ ସେନା । ସବୁଠୁ ବେଶୀ ପ୍ରଭାବିତ ହୋଇଥିବା ହାଫ୍‌ଲଙ୍ଗ ଅଞ୍ଚଳରେ ୪୫୪ ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା ହେଲିକପ୍‌ଟର । ଏହି ଅଞ୍ଚଳରେ ୩୦ ଟନ୍‌ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଛି । ଅଦିନିଆ ବନ୍ୟାରେ ଆସାମର ୨୭ ଜିଲ୍ଲାର ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.