Below header

ରୁଷକୁ ମିଳିଲା ପାନେ, ଦେଢ଼ ଲକ୍ଷ କୋଟିର ସାମରିକ ସାହାଯ୍ୟ ଦେଲା ଆମେରିକା

ନୂଆଦିଲ୍ଲୀ : ରୁଷ୍ ବିରୋଧୀ ଲଢ଼େଇରେ ୟୁକ୍ରେନ୍କୁ ବଳ ଦେଉଛି ଆମେରିକା । ନିକଟରେ ୩ଲକ୍ଷ କୋଟିର ସହାୟତାରେ ମୋହର ମାରିଛନ୍ତି ଆମେରିକାର ରାଷ୍ଟ୍ରପତି ବାଇଡେନ୍ । ଦେଢ଼ ଲକ୍ଷ କୋଟିର ସାମରିକ ସାହାଯ୍ୟ ମଧ୍ୟ ଦେଇଛନ୍ତି ।

ରୁଷ୍ ବିରୋଧୀ ଲଢ଼େଇରେ ଆହୁରି ଶକ୍ତିଶାଳୀ ହେବ ୟୁକ୍ରେନ୍ । ମିଳିବ ଆମେରିକାର ଶକ୍ତି । ୩ ଲକ୍ଷ କୋଟିର ସହାୟତାକୁ ପେଣ୍ଟାଗନ୍ର ମଞ୍ଜୁରୀ । ବିଲ୍ରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆମେରିକା ସିନେଟ୍ର ମଞ୍ଜୁରୀ ପରେ ବିଲ୍ରେ ସ୍ୱାକ୍ଷର କଲେ ବାଇଡେନ୍। ଏପ୍ରିଲରେ ୩ ଲକ୍ଷ କୋଟିର ବଡ଼ ପ୍ୟାକେଜ୍ ଘୋଷଣା କରିଥିଲେ ବାଇଡେନ୍ ।

ବିଲ୍ ପାସ୍ ପାଇଁ ସଂସଦକୁ ପଠାଇ ଦେଇଥିଲେ । ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ପରେ ଗତକାଲି ବିଲ୍କୁ ମଞ୍ଜୁରୀ ଦେଇଥିଲା ସିନେଟ୍ । ଏହି ୩ ଲକ୍ଷ କୋଟିରେ ୟୁକ୍ରେନ୍କୁ ମିଳିବ ସାମରିକ ଓ ମାନବୀୟ ସହାୟତା । ଏଥିରୁ ଦେଢ଼ ଲକ୍ଷ କୋଟିରେ ସାମରିକ ସହାୟତା ମିଳିବ । ସିଧାସଳଖ ଆର୍ଥିକ ସହାୟତା ଆକାରରେ ମିଳିବ ୬୦ ହଜାର କୋଟି ।

ବିଲ୍ ରେ ବାଇଡେନ୍ଙ୍କ ସ୍ୱାକ୍ଷର ପରେ ଆମେରିକାକୁ କୃତଜ୍ଞତା ଜଣାଇଛି ୟୁକ୍ରେନ୍ । ରୁଷ୍ ବିରୋଧରେ ଲଢ଼େଇ ପାଇଁ ଆମେରିକା ରାଷ୍ଟ୍ରପତି ଓ ଆମେରିକୀୟଙ୍କ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ଜେଲେନ୍ସ୍କି । ଶକ୍ତିଶାଳୀ ପ୍ରତିରକ୍ଷା ସହାୟତାକୁ ଅପେକ୍ଷା କରିଥିବା ଟ୍ଵିଟ୍ କରି କହିଛନ୍ତି ଜେଲେନ୍ସ୍କି ।

ଅନ୍ୟପଟେ ରୁଷ୍ ର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସବୁ ମିତ୍ରରାଷ୍ଟ୍ରଙ୍କୁ ଅପିଲ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ସମ୍ପତ୍ତି ବାଜ୍ୟାପ୍ତ କଲେ ରୁଷ୍ ଠିକଣା ଜବାବ ପାଇବ । ସେହି ଟଙ୍କାରେ ୟୁକ୍ରେନ୍ର ପୁନଃନିର୍ମାଣ ହେବ ବୋଲି ଜେଲେନ୍ସ୍କି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.