Below header

ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ

ଭଦ୍ରକ : ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯିବ । ଭଦ୍ରକ ଅବଦୁଲ କଲାମ ଦୀପ ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ । ଏଥିପାଇଁ ଡିଆରଡିଓ ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର । ମୋଟେଇ ୨ ମିଟର ଏବଂ ଓଜନ ୨୨ ହଜାର କିଲୋଗ୍ରାମ । ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ସେକେଣ୍ଡ ପିଛା ଏହାର ବେଗ ୬ କିଲୋମିଟର । ଶତ୍ରୁପକ୍ଷର ୩୫ ଶହ କିଲୋମିଟରରୁ ୫ ହଜାର କିଲୋମିଟର ମଧ୍ୟରେ ଏହା ବ୍ୟାପକ କ୍ଷତି ପହଞ୍ଚାଇପାରେ । ପୂର୍ବରୁ ଏହା ୨୦୧୫ ଏପ୍ରିଲ ଓ ଶେଷ ଥର ୨୦୧୭ ଏପ୍ରିଲରେ ପରୀକ୍ଷଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.