ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା। ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅପରାହ୍ନ ଦିନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା- ଏନସିପି-କଂଗ୍ରେସର ମିଳିତ ଆଘାଡ଼ି। ଶକ୍ତି ପରୀକ୍ଷଣ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ତିନି ଦଳ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ନେଇ ରାଜ୍ୟପାଳ ଭଗତସିଂହ କୋଶିଆରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସରକାରଙ୍କ ପାଖରେ ୩ ଡିସେମ୍ବର ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ସମୟ ଦିଆଯାଇଛି। ବହୁମତ ସାବ୍ୟସ୍ତ ପାଇଁ ଏନସିପିର ବରିଷ୍ଠ ନେତା ଦିଲ୍ଲୀପ ୱଲସେ ପାଟିଲ କାମଚଳା ବାଚସ୍ପତି ଭାବେ ଗୃହ ପରିଚାଳନା କରିବେ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୮ ନଭେମ୍ବରରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଯାଇଥିଲା। ବହୁମତ ସାବ୍ୟସ୍ତ ପାଇଁ ୧୪୫ ବିଧାୟକଙ୍କ ସଂଖ୍ୟା ଆବଶ୍ୟକ। ଶିବସେନା ପାଖରେ ୫୬, ଏନସିପି ପାଖରେ ୫୪ ଓ କଂଗ୍ରେସ ପାଖରେ ୪୪ ବିଧାୟକ ରହିଛନ୍ତି। ଏହାସହ ୯ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.