ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ୍‌ ଜେରା, ଆଜି ଚତୁର୍ଥ ଦିନରେ ବି ଗୁଡ଼େଇ ତୁଡ଼େଇ ପଚରାଯିବ ପ୍ରଶ୍ନ

ଭୁବନେଶ୍ବର: ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ୍‌ ଜେରା । ତିନି ଦିନ ଗୁଡ଼େଇ ତୁଡ଼େଇ ପ୍ରଶ୍ନ । ଆଜି ଚତୁର୍ଥ ଦିନରେ ବି ଘାଣ୍ଟିବ । ଟାଟାରେ ନିଯୁକ୍ତି ଦେବାକୁ କହି ଅନେକ ଲୋକଙ୍କୁ ଆକାଶ ପାଠକ ଠକିଥିବା ତଥ୍ୟ ପ୍ରମାଣ ମିଳିଛି । ଅଧିକ ଖୋଳତାଡ ପାଇଁ ରିମାଣ୍ଡରେ ନେଇ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଏପଟେ ଆକାଶଙ୍କୁ ଜେରା, ସେପଟେ ବ୍ରହ୍ମପୁରେ ଖୋଳତାଡ ।

ପୁଣି ଥରେ ଗଞ୍ଜାମ ବୁରିଗାଁ ସରପଞ୍ଚ ବସନ୍ତ କୁମାର ସାହୁଙ୍କୁ ଜେରା ହୋଇଛି । ଚାକିରି ପାଇଁ ଆବେଦନ କରିଥିବା ସେହି ଗାଁର ରଞ୍ଜନ କୁମାର ସାବତଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଗୋପାଳପୁର ବିଧାୟକଙ୍କ ପରାମର୍ଶ କ୍ରମେ ଆବେଦନ କରାଯାଇଥିବା କହିଛନ୍ତି ବସନ୍ତ । ପୂର୍ବରୁ ଚାରି ଜଣଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦୁଇ ଦିନରେ ପାଞ୍ଚ ଜଣଙ୍କୁ ପଚରାଉଚରା ହେଲାଣି ।

ଆଗକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ସହ ଆକାଶଙ୍କୁ ମୁହାଁମୁହିଁ ଜେରା ହୋଇପାରେ । ଡିଏସ୍‌ପି ବିକାଶ ବେଉରିଆଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜୋରଦାର କରିଛି ତଦନ୍ତ । ଆକାଶଙ୍କ ପିଏ ଡେଭିଡ୍‌ ପିଟରର ବୟାନ୍‌ ଅନୁଯାୟୀ ସର୍ବେଶ୍ୱରକୁ ଖୋଜୁଛି ପୋଲିସ। ସର୍ବେଶ୍ୱରଙ୍କ ବ୍ରହ୍ମପୁରସ୍ଥିତ ଘରେ ତାଲା ପଡିଛି ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା ଅନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.