ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏ ବନ୍ଦ ରହିବ ପ୍ରସିଦ୍ଧ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠ

ଚାନ୍ଦବାଲି(କେନ୍ଯୁଜ୍): ଡିସେମ୍ବର ୩୧ରୁ ବନ୍ଦ ରହିବ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣି ପୀଠ। କୋଭିଡ୍‌ ନିୟମକୁ କଡାକଡି ପାଳନ କରାଯିବା ସହ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଏହି ୩ ଦିନ ଆଖଣ୍ଡଳମଣିଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଏହାସହ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏହି ସମୟରେ କିନ୍ତୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.