ଆଜି ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ, ଧାରଣାରେ ଯୁବ ସେବାୟତ

ଚାନ୍ଦବାଲି(କେନ୍ଯୁଜ୍): ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ । ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଧାରଣାରେ ବସିଛନ୍ତି ଯୁବ ସେବାୟତ ମାନେ । ସକାଳ ୬ ଟାରୁ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି ।

ପୀଠକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୌଚାଳୟର ସୁବିଧା, ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଶିବଗଙ୍ଗା ପୁଷ୍କରଣୀର ମରାମତି ସହ ଷ୍ଟିଲ ଗ୍ରୀଲ ଲଗାଇବା ଆଦି ଦାବିରେ ଆନ୍ଦୋଳନ କରାଯାଇଛି । ପୂର୍ବରୁ ସେବାୟତମାନେ ଜିଲ୍ଲାପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ସୁଫଳ ମିଳିନି । ଯାହାକୁ ନେଇ ଆଜି ସକାଳୁ ଆରଡି ବଜାର ବନ୍ଦ ରଖିବା ସହ ଆନ୍ଦୋଳନ ଜାରି ରଖିଛନ୍ତି ସେବାୟତମାନେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.