କିଟ୍‌ ଓ କିସରେ ସର୍ବଭାରତୀୟ ସନ୍ତରଣ ପ୍ରତିଯୋଗିତା, ପହଞ୍ଚିଲେ ୧୫୦୦ ପ୍ରତିନିଧି

ଭୁବନେଶ୍ୱର(କେନ୍ୟୁଜ୍‌) : କିଟ୍ ଓ କିସ୍ରେ ଆଜିଠୁ ଆରମ୍ଭ ହୋଇଛି ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସନ୍ତରଣ ପ୍ରତିଯୋଗିତା। କିସ୍ ସୁଇମିଂ ପୁଲ୍ରେ ଏହି ପ୍ରତିଯୋଗିତା ଆୟୋଜନର ବ୍ୟବସ୍ଥା କରାଯାଇଛି। କିସ୍ ସୁଇମିଂ ପୁଲ୍ ଆନ୍ତର୍ଜାତୀୟ ମାନର ହୋଇଥିବାରୁ ଏଠାରେ ଏକାଥରକେ ବହୁ ସଂଖ୍ୟକ ସନ୍ତରଣକାରୀଙ୍କୁ ନେଇ ପ୍ରତିଯୋଗିତା କରାଯିବାର ବ୍ୟବସ୍ଥା ରହିଛି।

ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟରୁ ଉଭୟ ପୁରୁଷ ଓ ମହିଳା ବର୍ଗର ସନ୍ତରଣକାରୀ ଓ ଅଫିସିଆଲ ମିଶି ପ୍ରାୟ ୧୫୦୦ ପ୍ରତିନିଧି ଗତକାଲିଠାରୁ କିଟ୍ ଓ କିସ୍ରେ ପହଞ୍ଚିସାରିଛନ୍ତି। ଆଜି ସମସ୍ତେ କିସ୍ ସୁଇମିଙ୍ଗ୍ ପୁଲ ନିକଟରେ ପହଞ୍ଚି ଯାଇଛନ୍ତି। ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ୍ଙ୍କୁ କିଟ୍ରେ ରହିବା ଓ ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି।

ପ୍ରଥମ ଥର ଲାଗି କିଟ୍ ଓ କିସ୍ରେ ଏତେ ବଡ ଧରଣର ସନ୍ତରଣ ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ପ୍ରତିଯୋଗୀମାନେ ଯେଭଳି ସମସ୍ତ ସୁବିଧା ସୁଯୋଗ ସହ ସନ୍ତରଣ କରିପାରିବେ ସେଥିପ୍ରତି କିଟ୍ ଓ କିସ୍ ପକ୍ଷରୁ ଧ୍ୟାନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.