୧ ଜାନୁଆରୀ ୨୦୨୨ରୁ ଗୁଗଲ ୟୁଜର୍ସଙ୍କ ପାଇଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଯଦି ଆପଣ ଗୁଗଲର ବିଭିନ୍ନ ସେବାକୁ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଆସନ୍ତା ୧ ଜାନୁଆରୀ ୨୦୨୨ ମାନେ ନୂଆବର୍ଷରୁ ନିୟମ ବଦଳିବାକୁ ଯାଉଛି। ଅନଲାଇନ ପେମେଣ୍ଟ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରୁଛି କମ୍ପାନୀ। ଏହି ପରିବର୍ତ୍ତନ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ନିର୍ଦ୍ଦେଶରେ କରାଯାଇଛି।

ଗୁୁଗଲର ଯେଉଁ ସବୁ ଆପ୍‌ ରେ ଅନଲାଇନ ପେମେଣ୍ଟ କରାଯାଉଛି ତାହା ଉପରେ ଅଧିକ ଫୋକସ୍‌ ରଖାଯାଇଛି। ଏଥିରେ ରହିଛି ଗୁଗଲ ଆଡ, ୟୁଟ୍ୟୁବ, ଗୁଗଲ ପ୍ଲେ ଷ୍ଟୋର ଆଦି।

ଯଦି ଆପଣ ଗୁଗଲର କୌଣସି ପ୍ଲାଟଫର୍ମରେ ଭିସା କିମ୍ବା ମାଷ୍ଟରକାର୍ଡର ଭୁଗତାନ କରୁଛନ୍ତି ତେବେ ନିଜର ଡେବିଟ ବା କ୍ରେଡିଟ କାର୍ଡର ସମସ୍ତ ଡିଟେଲ୍ସ କୁ ଦେବାକୁ ହେବ । ଗୁଗଲ ଏବେ ଏହାକୁ ଷ୍ଟୋର କରିବ ନାହିଁ। ଏବେ ଟେକନାଇଜେସନ୍‌ ସିଷ୍ଟମ ଅନ୍ତର୍ଗତ ଟଙ୍କା ଦିଆଯିବ।

google image
pc: the quint

ଯଦି ଆପଣଙ୍କ ପାଖେ RuPay, American Express, Discovery କିମ୍ବା Diners Card ଅଛି ଏବଂ ଏହା ଜରିଆରେ ପେମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍ଥିିତିରେ ଆପଣଙ୍କୁ ସମସ୍ତ କାର୍ଡର ତଥ୍ୟ ଅନଲାଇନ ପେମେଣ୍ଟ ଦ୍ୱାରା ହିଁ ଦେବାକୁ ପଡ଼ିବ। ଏଠାରେ କାର୍ଡ ସେଭ୍‌ କରିବା ପାଇଁ ବିକଳ୍ପ ମିଳିବ ନାହିଁ।

ଏହା କରିବା ପଛରେ କାରଣ ମଧ୍ୟ ରହିଛି। ୟୁପିଆଇ ପେମେଣ୍ଟରେ ସାଇବର ଠକେଇ ମାମଲା ବଢ଼ିବା କାରଣରୁ ଆରବିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକି ନୂଆ ବର୍ଷ ମାନେ ୧ ଜାନୁଆରୀ ୨୦୨୨ ମସିହାରୁ ଲାଗୁ କରାଯିବ।

You might also like