Below header

ବିବାହ ବିନା ବି ଏକାଠି ରହି ପାରିବେ ଯୁବ ଦମ୍ପତି, ୨୧ ବର୍ଷରୁ କମ୍‌ ବୟସର ପୁରୁଷ ଲିଭ୍‌-ଇନ ସମ୍ପର୍କ ରଖି ପାରିବେ

ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ବଢ଼ା ଯିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାରି ଭିତରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିକଟରେ ଏକ ମାମଲାରେ ହାଇକୋର୍ଟ କହିଛନ୍ତି ଯେ ୨୧ ବର୍ଷରୁ କମ୍ ବୟସର କୌଣସି ବି ପୁରୁଷ ବିବାହ କରି ପାରିବେ ନାହିଁ, କିନ୍ତୁ ସେମାନେ ୧୮ ବର୍ଷ କିମ୍ବା ଏହା ଠାରୁ ଅଧିକ ବୟସର ମହିଳାଙ୍କ ସହିତ ତାଙ୍କ ସହମତି ଭିତ୍ତିରେ ଦମ୍ପତିଙ୍କ ଭଳି ରହି ପାରିବେ। ହାଇକୋର୍ଟଙ୍କର ଏହି ନିଷ୍ପତ୍ତି ୨୦୧୮, ମେ’ ମାସରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପ୍ରସଙ୍ଗରେ ରହିଛି, ଯେଉଁଥିରେ କୁହାଯାଇଥିଲା କି, କୌଣସି ବି ଯୁବ ଦମ୍ପତି ବିବାହ ବିନା ବି ଏକାଠି ରହି ପାରିବେ।

ପଞ୍ଜାବ ଗୁରଦାସପୁର ଜିଲ୍ଲାର ଜଣେ ଯୁବ ଦମ୍ପତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି ଏପରି ରାୟ ଦେଇଥିଲେ। ଲିଭ-ଇନ୍ ରିଲେସନସିପ୍‌ରେ ରହୁଥିବା ଦମ୍ପତି ଏହି ନିବେଦନ ମାଧ୍ୟମରେ ସେମାନଙ୍କ ସୁରକ୍ଷା ଲୋଡିଛନ୍ତି। ଉଭୟଙ୍କର ବୟସ ୧୮ ବର୍ଷରୁ ଅଧିକ ରହିଛି। ଯୁବକ ଜଣକ ୧୮ ବର୍ଷର କିନ୍ତୁ ହିନ୍ଦୁ ବିବାହ ଆଇନ ଅନୁଯାୟୀ, ସେ ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ କରି ପାରିବେ ନାହିଁ।

ଏହାପରେ ଯୁବ ଦମ୍ପତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ ଦାଖଲ କରି ସୁରକ୍ଷା ମାଗିଥିଲେ। ସେମାନଙ୍କ କହିବା ହେଉଛି, ପରିବାର ଲୋକଙ୍କ ଦ୍ୱାରା ସେମାନେ ନିଜ ଜୀବନ ପ୍ରତି ବିପଦର ସମ୍ମୁଖୀନ ହେଉଛନ୍ତି। ଏହା ସେମାନଙ୍କ ରିଲେସନସିପ୍‌କୁ ନେଇ କରାଯାଉଛି। ଯୁବ ଦମ୍ପତିଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ ସେମାନଙ୍କୁ ଡର ରହିଛି କି, ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଜୀବନରୁ ମାରି ଦେବେ। ହାଇକୋର୍ଟରେ ଶୁଣାଣି ସମୟରେ ଜଷ୍ଟିସ ହରନରେଶ ସିଂ ଗିଲ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତା ଏବଂ ଜୀବନ ରକ୍ଷା କରିବା ହେଉଛି ସରକାରଙ୍କର ଦାୟିତ୍ୱ। ଜଜ୍‌ ଗୁରଦାସପୁରର ଏସଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଯୁବ ଦମ୍ପତିଙ୍କ ଅନୁରୋଧ ଉପରେ ନିର୍ଣ୍ଣୟ ନିଅନ୍ତୁ ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.