ଏମତି ବି ଆସେ ମୃତ୍ୟୁ: ଚାଲୁ ଚାଲୁ ଟଳିପଡିଲେ, ଚାଲିଗଲା ଜୀବନ

ପିପିଲି(କେନ୍ଯୁଜ୍): ଏମତି ବି ଆସେ ମୃତ୍ୟୁ । ଚାଲୁ ଚାଲୁ ଟଳିପଡିଲେ । ଚାଲିଗଲା ଜୀବନ । ସିସିଟିଭିରେ କଏଦ ହେଲା ମୃତ୍ୟୁର ସମସ୍ତ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ହନୁମନ୍ତ ପାଟଣା ଗାଁର ବାସୁଦେବ ବାରିକ ସାର କିଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ ।

ଦୋକାନରୁ ସାର କିଣିବା ପରେ ଗାଡି ନିକଟକୁୁ ଆସି ରଖିବା ପରେ ସେଇଠି ହିଁ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

You might also like