ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା, ଏସପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଲେ ରୋଷେୟା

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ । ଗତକାଲି ରାତିରେ ଡେମୋ ଦେଖାଇଛନ୍ତି ରୋଷେୟା । ଏସପି ଖୋଦ୍‌ ଉପସ୍ଥିତ ରହିଥିଲେ । କେମିତି ରୋଷେୟା ଘରକୁ ଯାଇଥିଲେ, କେଉଁମାନେ ଉପସ୍ଥିତ ଥିଲେ, ସେନେଇ ଡେମୋ ଦେଖାଇଥିଲେ ରୋଷେୟା ।

ଅନ୍ୟପଟେ ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟରଞ୍ଜନଙ୍କ କ୍ୱାର୍ଟରରୁ ତାଙ୍କ ହାତଲେଖା ଡାଏରୀ ପାଇଛି । ତାଙ୍କ ଲାପଟପ୍‌ ମୃତ୍ୟୁ ସମ୍ପର୍କରେ ଅଧିକ ସୁରାକ୍‌ ଦେବ ବୋଲି ପୋଲିସ ଆଶା ରଖିଛି ।  ଏହାସହ ଏକ କୋର୍ଟ ଏଗ୍ରିମେଣ୍ଟ କପି ବି ମିଳିଥିବା କୁହାଯାଉଛି । ଆଜି ମୟୂରଭଞ୍ଜ ଗଲା ୬ ଜଣିଆ ଟିମ୍‌ । ଖୁବଶୀଘ୍ର ବିଦ୍ୟାଭାରତୀ ଓ ଡିଏଫଙ୍କୁ ବି ଜେରା ହୋଇପାରେ । ବିବାହର ମାସକ ପରେ ଦାମ୍ପତ୍ୟ ଜୀବନରେ ବିବାଦ ଉଠିଥିବା ନେଇ ସୌମ୍ୟ ମା ଓ ମାଇଁଙ୍କୁ ଜଣାଇଥିଲେ । ଏପରିକି ଡିଏଫଓ ତାଙ୍କ ଘରକୁ ବାରମ୍ବାର ଆସି ପତ୍ନୀଙ୍କ ସହ ଅନୈତିକ ସଂପର୍କ ରଖିଥିବା ସୌମ୍ୟ ତାଙ୍କୁ ଜଣାଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ସୌମ୍ୟଙ୍କ ବାପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.