ଅପରେସନ୍‌ ଗତିରାଉତପାଟଣା ଶେଷ: ଜଳବନ୍ଦୀ ଥିବା ସମସ୍ତ ୭ଶହ ପିଲା ସୁରକ୍ଷିତ ଉଦ୍ଧାର, ହେଲେ ଏଠି ଦୋଷ କାହାର?

କଟକ(କେନ୍ୟୁଜ୍): ଅପରେସନ୍‌ ଗତିରାଉତପାଟଣା ଶେଷ । ସମସ୍ତ ୭ଶହ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ଅଭିଯାନରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ । ଅଭିଭାବକ ଓ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସାଢ଼େ ୫ ଘଣ୍ଟା ଧରି ଚାଲିଥିଲା ରେସକ୍ୟୁ ଅପରେସନ । ୬ଟି ବୋଟ୍‌ ଦ୍ୱାରା ପିଲାମାନଙ୍କୁ ପାଣିଘେରରୁ ଉଦ୍ଧାର କରାଯାଇଥିଲା ।

କଟକ ଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କଟକ ଗତିରାଉତପାଟଣାରେ ପାଣି ଘେରରେ ଫଶି ରହିଥିଲେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ । ମହାନଦୀର ଜଳସ୍ତର ବଢିବା ପରେ କଟକ ଗତିରାଉତପାଟଣାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ବନ୍ୟା ପାଣି ଘେରରେ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.