କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା, ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି

ଭୁବନେଶ୍ୱର(କେନ୍ୟୁଜ୍): କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା। ଗତକାଲି ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି। ମହାନଦୀର ବନ୍ୟା ପାଣି ପହଞ୍ଚିବା ପରେ ଏବେ ମୁଣ୍ଡଳୀରେ ସର୍ବାଧିକ ବନ୍ୟା ପାଣି ପ୍ରବାହିତ ହେଉଛି । ରାତି ୩ଟା ଯାଏଁ ମୁଣ୍ଡଳିରେ ରହିଥିଲା ପିକ୍‌ ଫ୍ଲୋ । ରାତି ଗୋଟାଏରୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ମହାନଦୀର ଜଳସ୍ତର ପିକ୍‌ରେ ପହଞ୍ଚିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ପିକ୍‌ ଫ୍ଲଡ୍‌ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

ମହାନଦୀ ସିଷ୍ଟମର ୨ଟି ସ୍ଥାନରେ ଘାଇ ହୋଇଛି । ପୁରୀ କଣାସ ମକରା ନଦୀ, ଖୋର୍ଦ୍ଧା ରାଜୁଆର ଡାହାଣ ପାଖରେ ଘାଇ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ମହାନଦୀ ଅବବାହିକାର ୧୦ ଜିଲ୍ଲାର ୪୯ ବ୍ଲକର ୧୩୬୬ ଗାଁର ପ୍ରାୟ ୨ ଲକ୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ହୋଇ ରହିଛି ୨୩୭ଟି ଗାଁ। ୨୬ରୁ ୨୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୯୦ଟି ସ୍ଥାନରେ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.