ସାଙ୍ଗକୁ ହତ୍ୟା କରିବାକୁ ସାଙ୍ଗଙ୍କ ଉଦ୍ୟମ ଅଭିଯୋଗ, ଦୁଇ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ଇନଫୋସିଟି ପୋଲିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାଙ୍ଗକୁ ହତ୍ୟା କରିବା ପାଇଁ ସାଙ୍ଗ ରଚିଥିଲେ ଷଡ଼ଯନ୍ତ୍ର । ହେଲେ ଧରାପଡ଼ିଗଲେ । ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ଏକ ଘରୋଇ ଇଂଜିନିଅରିଂ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ଜଣେ ସାଙ୍ଗକୁ ହତ୍ୟା କରିବା ପାଇଁ ଦୁଇ ଜଣ ସାଙ୍ଗ ପହଞ୍ଚିଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

3
ତେବେ ଏହା ପଛର କାହାଣୀ ହେଉଛି ଏପରି, ଆୟନ୍ ସିଂହ ଓରଫ ମୋଲୁ ଏବଂ ଉତ୍ସବ ସିଂହ ଓରଫ ବାବୁ ଦୁଇ ଜଣ ସ୍ଥାନୀୟ ଏକ ଘରୋଇ ଇଂଜିନିଅରିଂ କଲେଜର ଛାତ୍ର । ସେମାନଙ୍କୁ କେତେକ ସଂଗୀନ ଅଭିଯୋଗ ଆଧାରରେ କଲେଜ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନରୁ ବାହାର କରି ଦେଇଥିଲେ । ଏହା ସହ ସେମାନଙ୍କର ହଷ୍ଟେଲରେ ରହୁଥିବା ଜଣେ ସହପାଠୀଙ୍କ ସହ ଝଗଡ଼ା ହୋଇଥିଲା । ଏହାକୁ ନେଇ ବେଶ୍ କ୍ଷୁବ୍ଧ ଥିଲେ ଦୁଇ ସାଙ୍ଗ ମୋଲୁ ଓ ବାବୁ । ସେମାନଙ୍କ ମଧ୍ୟରୁ ବାବୁର ଘର ବିହାର ହୋଇଥିବା ବେଳେ ସେ ଗାଁକୁ ଯାଇ ସେଠାରୁ ଏକ ଚୋରା ବନ୍ଧୁକ ଆଣିଥିଲା ।

ତେବେ ସାଙ୍ଗ ସହିତ ସୃଷ୍ଟି ହୋଇଥିବା ବିବାଦକୁ ସବୁଦିନ ପାଇଁ ତୁଟାଇ ଦେବାକୁ ହଷ୍ଟେଲ ପହଞ୍ଚିଥିଲେ ମୋଲୁ ଓ ବାବୁ । ନିଜ ସାଙ୍ଗକୁ ହତ୍ୟା କରିବା ନେଇ ପୂର୍ବ ପ୍ରସ୍ତୁତି କରି ପହଞ୍ଚିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଠିକଣା ସମୟରେ ହଷ୍ଟେଲ ନିକଟରେ ପୋଲିସ ପହଞ୍ଚି ଯାଇଥିଲା । ଆଉ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଆଉ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବନ୍ଧୁକ ଜବତ କରିବା ସହ ଘଟଣାର ଅଧିକ ଖୋଳତାଡ଼ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.