ସ୍ବାମୀଙ୍କ ମୋବାଇଲରେ ଥିଲା ବହୁ ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ, ପତ୍ନୀ ଦେଖିବା ପରେ ନେଲେ ଏହି ଜବରଦସ୍ତ ପଦକ୍ଷେପ

ଇନ୍ଦୋର : ଇନ୍ଦୋରରେ ଏକ ବିବାହିତ ମହିଳାଙ୍କ ସହିତ ହୋଇଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି  । ଜଣେ ମହିଳା ଯେତେବେଳେ ନିଜ ସ୍ବାମୀଙ୍କ ଫୋନ୍ ଚେକ୍ କଲେ ସେତେବେଳେ ସେଥିରୁ ଏକିତି ଫଟୋ ମିଳିଲା ଯାହାକୁ ଦେଖି ତାଙ୍କ ହୋସ୍ ଉଡିଗଲା । ଏହାପରେ ସେ କାହାକୁ କିଛି ନଜଣାଇ ସିଧା ପୋଲିସ୍ ପାଖରେ ପହଁଚି ଯାଇଥିଲେ ଏବଂ ସବୁ ଫଟୋ ଦେଖାଇଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ତିଲକନଗର ଥାନା ପୋଲିସ୍ ସ୍ବାମୀ  ଏବଂ ଶ୍ବଶୂରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି।

ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ବାମୀଙ୍କର ବହୁତ ଝିଅଙ୍କ ସହିତ ସମ୍ବନ୍ଧ ରହିଛି। ଯେତେବେଳେ ସ୍ବାମୀଙ୍କ ହ୍ବାଟସ୍ ଆପରେ ଝିଅମାନଙ୍କ ସହିତ ଉଠାଯାଇଥିବା ଆପତ୍ତିଜନକ ଫଟୋ ଥିବାର ସେ ଦେଖିଥିଲେ, ସେତେବେଳେ ମହିଳା ସବୁ ଫଟୋକୁ ନିଜ  ମୋବାଇଲକୁ ଟ୍ରାନ୍ସପର କରି ପୋଲିସ୍ କୁ ଦେଇଥିଲେ । ପୋଲିସ୍ ମୁତାବକ ବଲାଇ ମୋହଲ୍ଲା ପିପଲ୍ଯାହା ନିବାସୀ ଜଣେ ମହିଳା କହିଛନ୍ତି କି ତାଙ୍କର ଏପ୍ରିଲ୍ ୨୦୧୭ରେ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସ୍ବାମୀ ତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ ।

ଏମିତି କିଛି ସମୟ ବିତିବାପରେ ସେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଏନେଇ ଶ୍ବଶୂରଙ୍କୁ କହିଥିଲେ । କିନ୍ତୁ ଶ୍ବଶୂର ନିଜ ପୁଅ ପକ୍ଷରେ ଯିବା ସହିତ କହିଥିଲେ କି ତୋ ବାପା ମା ତ କିଛି ଯୌତୁକ ଦେଇନାହାନ୍ତି । ଏହା ସହିତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି ସ୍ବାମୀ ୫୦ହଜାର ଟଙ୍କା ଏବଂ ବୁଲେଟ ମାଗିବା ସହିତ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଯାହା କାରଣରୁ ସେ ମଙ୍ଗଳବାର ନିଜ ପରିଜନଙ୍କ ସହିତ ଥାନାରେ ପହଁଚିବା ସହିତ ମାମଲା ରୁଜୁ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.