Below header

ହୁଗୁଳା ଟ୍ରାଫିକ ବ୍ୟବସ୍ଥା, ଭିଡରେ ଅଟକି ରହିଲା ଦୁଇଟି ଆମ୍ବୁଲାନ୍ସ

ଘଟଗାଁ(କେନ୍ୟୁଜ୍‌) : ଆମ୍ବୁଲାନ୍ସ ପାଇଁ ସମୟ ବଡ଼ ମୂଲ୍ୟବାନ । ଗୋଟିଏ ସେକେଣ୍ଡ ବିଳମ୍ବ ହେଲେ କୌଣସି ରୋଗୀର କିଛିବି ଘଟିପାରେ। ମାତ୍ର ଏଚିତ୍ର ଦେଖିଲେ ଜଣାପଡୁଛି ପ୍ରସାସନର ଚରମ ଅବହେଳା । ନୂଆ ବର୍ଷ ପାଇଁ ଆଜି ଘଟଗାଁ ମା ତାରିଣୀଙ୍କ ପୀଠକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଦିନ ସମୟରେ ଟ୍ରାଫିକ କୁ ମଧ୍ୟ ସଠିକ ନିୟନ୍ତ୍ରଣ କରାଯାଇଥିଲା।

ମାତ୍ର ସନ୍ଧ୍ୟା ସମୟରେ ହୁଗୁଳା ଟ୍ରାଫିକ ବ୍ୟବସ୍ଥା ଯୋଗୁ ଘଟଗାଁ ମେଡ଼ିକାଲ ରାସ୍ତାରେ ଲୋକେ ରାସ୍ତା ଏଣେ ତେଣେ ଗାଡିକୁ ପାର୍କିଂ କରିଥିଲେ। ଯାହାଫଳରେ ଟ୍ରାଫିକ ଜାମ ସମସ୍ୟା ଦେଖାଯାଇଥିଲା। ଟ୍ରାଫିକ ସମସ୍ୟ ଯୋଗୁଁ ଭିଡ ଭିତରେ ୨ ଟି ଆମ୍ବୁଲାନ୍ସ ଫସି ରହିଥିଲା। ପ୍ରଶାସନର ଅବହେଳା ପାଇଁ ଏଭଳି ସମସ୍ୟା ଉପୁଜିଥିଲା। ପୋଲିସ ଭିଡକୁ ନିୟନ୍ତ୍ରଣ କରିବା ପରେ ଆମ୍ବୁଲାନ୍ସଟି ଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.