ଶ୍ରୀକ୍ଷେତ୍ରରେ ଗର୍ଜିଲେ ଅମିତ ଶାହ, ରତ୍ନଭଣ୍ଡାର ଚାବି ହଜିବା ସହ ଦାନ ମାଝି ପ୍ରସଙ୍ଗ ଉଠାଇ ନବୀନଙ୍କୁ ମାଗିଲେ ଜବାବ

ପୁରୀ : ଏଥର ପୁରୀରେ ପୁଣି ଉଠିଲା ପୋଡା ଟ୍ରାନ୍ସଫର କଥା। ସରକାରଙ୍କୁ ଉପାଡି ଫୋପାଡି ଦେବା କଥା। ବିଜେପିର ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମହାଧିବେଶନରେ ଯୋଗ ଦେଇଛନ୍ତି ରାଜ୍ୟ ସରକାଙ୍କ ଉପରେ ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପୁଣି କହିଲେ କଂଗ୍ରେସ-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ବିଜେଡି କଂଗ୍ରେସର କିମ୍ବା କଂଗ୍ରେସ ବିଜେଡିର ବି ଟିମ୍‌। କହିଲେ ବିଜେପି ଲୋକପ୍ରିୟତାକୁ ଡରି ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି ଆୟୁଷ୍ମାନ ଭାରତ। ଏହାସହ ଦାନ ମାଝି ଓ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ।

ପୁରୀ ସଭାରେ କଂଗ୍ରେସ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟାର୍ଗେଟ କଲେ ଅମିତ ଶାହା । ରାଜ୍ୟରେ ମୋଟ ୧୪୭ ବିଧାନସଭା କ୍ଷେତ୍ରରୁ ୩୪ଟି ସିଟ୍‌ ଅନୁସୂଚିତ ଜନଜାତି ଓ ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଗତ ୨୦୧୪ ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏବେ ୨୦୧୯ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଗତ ମଙ୍ଗଳବାର ସାଲେପୁରରେ ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଶାହ। ଏବେ ପୁରୀରେ ତାଙ୍କ ଭାଷା ଆଉ ଟିକେ ଶାଣିତ ହୋଇଛି।

ସେପଟେ ଅମିତ ଶାହାଙ୍କୁ କଡା ଜବାବ ଦେଇଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହଛନ୍ତି ବିଜେଡି ହିଁ ‘ଏ’ ଟିମ ଦଳ ସମଦୂରତା ନୀତିରେ ବିଶ୍ୱାସ କରିଆସିଛି । ସେହିପରି ୨୦୧୯ ନିର୍ବାଚନରେ ରାଜ୍ୟବାସୀ କାହାକୁ ରଖିବେ, କାହାକୁ ଫିଙ୍ଗିଦେବେ ତାହାର ନିଷ୍ପତ୍ତି ନେବେ ବୋଲି ନବୀନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.