Below header

ବଢିଲା କାଳିଆ କଳେବର, ଆରମ୍ଭ ହେଲା କାଳିଆ ବୃତ୍ତି . . . ଚାଷୀ ପରିବାରର ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ଲୋକପ୍ରିୟ ହେଲାଣି କାଳିଆ । ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଗଲାଣି । କାଳିଆ ମଡେଲକୁ ପ୍ରଂଶସା ମିଳୁଛି। ଏପରିକି ଦେଶରେ କାଳିଆକୁ ଅନୁକରଣ କରାଯାଉଛି। କିନ୍ତୁ ନବୀନ ପଟ୍ଟନାୟକ କେବଳ କାଳିଆରେ ଅକଟି ନାହାନ୍ତି। ଚାଷୀ ପରିବାରର ଭବିଷ୍ୟତ ଲାଗି, ଆଜି ଏଥିରେ ଯୋଡ଼ି ହୋଇଛି କାଳିଆ ଛାତ୍ର ବୃତ୍ତି। ଏଥିରେ ହିତାଧିକାରୀ ଚାଷୀଙ୍କ ପୁଅ-ଝିଅ ମେରିଟ୍‌ ବେସିସ୍‌ରେ ସରକାରୀ ପ୍ରଫେସନାଲ କଲେଜରେ ପାଠ ପଢିଲେ, ସରକାର ଉଚ୍ଚଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବେ। ନବୀନ କହିଛନ୍ତି, ସେ ଚାହୁଁଛନ୍ତି ଚାଷୀଙ୍କ ପୁଅ ଝିଅ ଡାକ୍ତର, ଇଞ୍ଜିନିୟର ହୁଅନ୍ତୁ।

ଆଜି କେନ୍ଦୁଝର ଘଟଣା ପଣ୍ଡାପଡାଠାରେ ଅନୁଷ୍ଠିତ ହୋଇଥିଲା ଚାଷୀ ସମାବେଶ। ଏଥିରେ ୨୧ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଚାଷୀଙ୍କ ପାଇଁ ଲୋକପ୍ରିୟ କାଳିଆ ଆରମ୍ଭ ହୋଇ ସାରିଛି। ଏଥିରେ ଆଜି ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ। ଚାଷୀ ପରିବାରର ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଆରମ୍ଭ ହୋଇଛି କାଳିଆ ବୃତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.