ନୂଆପଡ଼ା ପାଟଧରା ସଂରକ୍ଷିତ ଜଙ୍ଗଲରେ ଅମିତାଭ ଠାକୁର ଓ ସିଆରପିଏଫ୍‌ ଏଡିଜିଙ୍କ ଅନୁଧ୍ୟାନ, ମାଓ ଦମନ ନେଇ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ନୂଆପଡା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇସାଦାନୀ ପଞ୍ଚାୟତ ପାଟଧରା ସଂରକ୍ଷିତ ଜଙ୍ଗଲରେ ସରଜମିନ ଅନୁଧ୍ୟାନ । ଆଜି ଆଇଜି ଅପରେଶନ ଅମିତାଭ ଠାକୁର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍‌ ଏଡିଜି ନୀତିନ ଅଗ୍ରୱାଲ, ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ ସରଜମିନ ତଦନ୍ତ କରିଥିଲେ । ପରେ ନୂଆପଡ଼ା ସ୍ଥିତ ସିଆରପିଏଫ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ନୂଆପଡ଼ା ଜିଲ୍ଲାରେ ମାଓ ଦମନ ନେଇ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗୁଳିମାଡ଼ରେ ଗତ ୨୧ତାରିଖରେ ସିଆରପିଏଫର ତିନିଜଣ ଯବାନ ସହିଦ ହୋଇଥିଲେ । ରାସ୍ତା କାମ ସୁରକ୍ଷାରେ ନିୟୋଜିତ ସିଆରପିଏଫର ଯବାନମାନେ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ସହିଦ ତିନି ଯବାନ ହେଲେ ଶିଶୁପାଳ ସିଂ, ଶିପାଳ ସିଂ ଏବଂ ଧର୍ମେନ୍ଦ୍ର କୁମାର ସିଂ । ଏବେବି ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.