ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି

ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ମିଳିଛି ।

(କେନ୍ୟୁଜ): ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ମିଳିଛି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।

ଆଜି ଠାରୁ ପୁଣି ରାଜ୍ୟର ସମସ୍ତ ଅମଲା ସଂଘ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିଲେ ଓ ଆଉ ଯେ ପର୍ଯ୍ୟନ୍ତ ଗ୍ରେଡ ପେ ବର୍ଦ୍ଧିତ ନହେବ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ ଅମଲା ସଂଘ ଅଧ୍ୟକ୍ଷ। କିନ୍ତୁ ଗତକାଲି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ରାଜ୍ୟ ସଂଘର ନିଷ୍ପତି ଅନୁଯାୟୀ ଏହି ଧାରଣାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଧାର୍ଯ୍ୟ କରିଛି ସଂଘ ଏବଂ ୩୦ ତାରିଖ ଭିତରେ ସରକାର କୌଣସି ଫୈସଲା ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ସଂଘର ଅଧ୍ୟକ୍ଷ ।

ଏହା ପୂର୍ବରୁ ଜୁନ ମାସରେ ମଧ୍ୟ ୧୬ଦିନ ଧରି ଆନ୍ଦୋଳନ କରିଥିଲେ ଅମଲା। ସେତେବେଳେ ରାଜ୍ୟ ସରକାରଙ୍କଠୁ ଦାବି ପୂରଣର ପ୍ରତିଶ୍ରୁତି ପାଇ ଓହରିଥିଲେ। ହେଲେ ଏହା ଭିତରେ ୬ମାସ ବିତିବାକୁ ଯାଉଥିଲେ ବି ସରକାର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା। ଏଥିପାଇଁ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରିବେ ବୋଲି ମିଳିତ ଅମଲା ମଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.