ମହିଳା ଟିଟିଇଙ୍କ ଦାଦାଗିରି, ମହିଳା ଯାତ୍ରୀଙ୍କୁ ମାଡ଼ ମାରି ହରାଇଲେ ଚାକିରି

ବରେଲି ଜଙ୍କସନର ପ୍ଲାଟଫର୍ମ ନମ୍ବର ପାଞ୍ଚରେ ତିନିଜଣ ମହିଳା ଟିଟିଇ ଖୋଲାଖୋଲି ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । କେବଳ ଏତିକି ନୁହେଁ ଏହି ତିନିଜଣ ମହିଳା ଟିଟିଇ ଉକ୍ତ ମହିଳା ଯାତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ କଲର ଟାଣି ଘୋଷାଡ଼ି ନେଇଥିଲେ ।

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି ଯାହା ପରେ ଲୋକଙ୍କ ମନରେ ଟିଟିଇଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି । କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଶିଷ କୁମାର ନାମକ ଜଣେ ଟ୍ଵିଟର ଏହି ଘଟଣାର ଭିଡିଓକୁ ନିଜ ମୋବାଇଲରେ କଏଦ କରିବା ସହ ଏହାକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।

ବରେଲି ଜଙ୍କସନର ପ୍ଲାଟଫର୍ମ ନମ୍ବର ପାଞ୍ଚରେ ତିନିଜଣ ମହିଳା ଟିଟିଇ ଖୋଲାଖୋଲି ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । କେବଳ ଏତିକି ନୁହେଁ ଏହି ତିନିଜଣ ମହିଳା ଟିଟିଇ ଉକ୍ତ ମହିଳା ଯାତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ କଲର ଟାଣି ଘୋଷାଡ଼ି ନେଇଥିଲେ । ତେବେ ଅନ୍ୟ ପ୍ଲାଟଫର୍ମରେ ଥିବା ଜଣେ ଯାତ୍ରୀ ଏହି ଘଟଣାକୁ କ୍ୟାମେରାରେ ରେକର୍ଡ କରି ଟ୍ୱିଟରରେ ସେୟାର କରିଛନ୍ତି । ବରେଲି ଜଙ୍କସନର ପ୍ଲାଟଫର୍ମ ନମ୍ବରରୁ ତିନିଜଣ ମହିଳା ଟିଟିଇ ଜଣେ ମହିଳା ଯାତ୍ରୀଙ୍କୁ ଘେରି ରହିଥିଲେ । ମହିଳା ଟିଟିଇ ଉକ୍ତ ମହିଳା ଯାତ୍ରୀଙ୍କୁ ଚାପୁଡ଼ା ମାରିଥିଲେ । ଅନ୍ୟ ଜଣେ ଟିଟିଇ ମହିଳା ଯାତ୍ରୀଙ୍କ ହାତ ଧରିଥିଲେ ।

ପ୍ଲାଟଫର୍ମରେ ଭିଡ଼ ଜମୁଥିବା ଦେଖି ତିନିଜଣ ମହିଳା ଟିଟିଇ ଉକ୍ତ ଯାତ୍ରୀଙ୍କ କଲର ଧରି ତାଙ୍କୁ ସେଠାରୁ ଟାଣି ଟାଣି ନେଇ ଆସିଥିଲେ । ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ । ଏହି ତିନି ଜଣ ମହିଳା ଟିଟିଇ ନିଜ ୟୁନିଫର୍ମରେ ଥବବା ସମୟରେ ଏଭଳି କାଣ୍ଡ କରିଛନ୍ତି । ଭାଇରାଲ ଭିଡିଓକୁ ଦେଖିବା ପରେ ମୁରଦାବାଦର ଡିଆରଏମ ଆରକେ ସିଂ ଏବଂ ଉଜୈନ ନଗର ମଣ୍ଡଳର ଡିଆରଏମ ରେଖା ଯାଦବ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ଯାଞ୍ଚ ପରେ ମହିଳା ଟିଟିଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ମହିଳା ଟିଟିଇଙ୍କୁ ନୋଟିସ ଜାରି କରିବା ସହ ଘଟଣାର ଉତ୍ତର ରଖିବାକୁ କୁହାଯାଇଛି ।

ସୂଚନା ଅନୁସାରେ ପୂର୍ବୋତ୍ତର ରେଳବାଇର ଲାଲ କୁଆଁରୁ ଆସୁଥିବା ଏକ ଟ୍ରେନରେ ତିନି ଜଣ ମହିଳା ଟିଟିଇଙ୍କର ଏକ ଟିମ୍‌ ଚେକିଂ କରିବା ପାଇଁ ରହିଥିଲେ । ଏହି ଟ୍ରେନରେ ଜଣେ ଯୁବତୀ ବିନା ଟିକେଟରେ ଯାତ୍ରା କରୁଥିବା ସମୟରେ ଧରା ପଡ଼ିଥିଲେ । ତେଣୁ ବରେଲୀ ଷ୍ଟେସନରେ ଉକ୍ତ ମହିଳା ଯାତ୍ରୀଙ୍କୁ ଟିଟିଇ ଓହ୍ଲାଇ ଦେଇଥିଲେ । ପରେ ତାଙ୍କ କଲର ଧରି ତାଙ୍କୁ ଟାଣି ଟାଣି କାର୍ଯ୍ୟଳୟକୁ ନେଇଥିଲେ । ମହିଳା ଯାତ୍ରୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ମହିଳା ଟିଟିଇ ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ମହିଳା ଟିଟିଇ ତାଙ୍କୁ ସମର୍ଥନ କରିଥିଲେ । ଯାହା ପରେ ଏହି ଘଟଣାର ତଦନ୍ତ କରାଯାଇ ଉକ୍ତ ମହିଳା ଟିଟିଇଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ଦୁଇ ଜଣଙ୍କୁ ନୋଟିସ ଜାରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.