ଫ୍ଯାନଙ୍କ ହାତର କମାଲ୍: ତରଭୁଜରେ ଆଙ୍କିଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦୀପକ ପରିଡାଙ୍କ ପ୍ରତିଛବି

ସମ୍ବଲପୁର(କେନ୍ୟୁଜ) : ତରଭୁଜରେ ପ୍ରତିଫଳିତ ହୋଇଛନ୍ତି ଏହି ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ନାୟକ ଦୀପକ ପରିଡା। ଦୀପକଙ୍କ  ଚିତ୍ରକୁ ତରଭୁଜରେ ଆଙ୍କିଛନ୍ତି ତାଙ୍କର ଜଣେ ବଡ ଫ୍ଯାନ୍। ଯାହାଙ୍କ ନା ସପନ ନାୟକ। ସପନ ମୂଳତଃ ଭଦ୍ରକର ବାସିନ୍ଦା। କିନ୍ତୁ ଦୀର୍ଘ ବର୍ଷ ହେବ ସେ ବାଙ୍ଗାଳୁରୁର କ୍ଲାର୍କସ ଇନ ହୋଟେଲରେ ମୁଖ୍ୟ ଶେଫ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏକାଧାରରେ ଜଣେ ଭଲ ରୋଷେଇଆ, ଜଣେ ଭଲ କଳାକାର ତା ସହ ଦୀପକ ପରିଡାଙ୍କ ଗୋଟିଏ ବଡ଼ ଫ୍ଯାନ୍।  ପୂର୍ବ ରୁ ଦୀପକଙ୍କ ର ଆଲବମ ସୁପର ହିଟ ଗୀତ “ଚିରିଦେବା ଆଗରୁ ଚିଠି ଥରେ ପଢି ଦେଖ” ଗୀତ ଦେଖି ତାଙ୍କର ଡାଏ ହାର୍ଡ ଫ୍ଯାନ୍ ପାଲଟି ଯାଇଥିଲେ ସପନ।

ସେ ଦୀପକଙ୍କ ସମସ୍ତ ସିନେମା ଆଲବମ ଗୀତ ଗୁଡିକୁ ବହୁତ ପସନ୍ଦ କରନ୍ତି। ତାଙ୍କର ଫେବ୍ରେଟ ହେଲେ ଦୁଇ ଜଣ ଅଭିନେତା । ଜଣେ ହିନ୍ଦୀ ଫିଲ୍ମ ଜଗତର ଅଭିନେତା ସୁନୀଲ ସେଟି  ହୋଇଥିବାବେଳେ ଆଉ ଜଣେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିପକ। ସେ ଦୀପକଙ୍କୁ କେବେ ସାମ୍ନା ସାମ୍ନି ଦେଖି ନାହାନ୍ତି। କିନ୍ତୁ ତାଙ୍କର ଛବି କମ୍ପୁଟର ରୁ ଦେଖି ସେ ତରଭୁଜ ରେ ଏହାକୁ ଆଙ୍କିଛନ୍ତି। ସେ ଆହୁରି ମଧ୍ୟ କୁହନ୍ତି ଯେ ଯେବେଠାରୁ ଦୀପକ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଚାକରି ପାଇଁ ବିଦେଶ ଚାଲି ଯାଇଛନ୍ତି ସେହି ଦିନ ଠାରୁ ଆଉ ସେ ଓଡ଼ିଆ ସିନେମା ଦେଖି ନାହାନ୍ତି।

watermelon

ଯେହେତୁ ଦିପକ ଉଚ୍ଚ ଶିକ୍ଷିତ ଥିଲେ ସେଥିପାଇଁ ସେ ପ୍ରଥମେ ସଫ୍ଟ ୱେର ଇଞ୍ଜିନିୟର ଭାବରେ ବାଙ୍ଗାଳୁରୁ ରେ କାର୍ଯ୍ୟ କଲେ।ତା ପରେ ନେଦରଲ୍ୟାଣ୍ଡ କୁ ଚାକିରୀ ପାଇଁ ଗଲେ। ଏବେ ମଧ୍ୟ ସେ ସେଠାରେ ନିଜ ପରିବାର ସହ ସେଠାରେ ଅବସ୍ଥାପିତ। ସେ କିଛି ବର୍ଷ ହେବ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ଲୋକଙ୍କ ହୃଦୟ ରେ ଆଜିବି ଚିର ସବୁଜ । ସେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ଏବେବି ରାଜ କରୁଛନ୍ତି। ତେବେ ତରଭୁଜରେ ଏ ଛବି ଆଙ୍କି ନିଜର ପ୍ରିୟ ଅଭିନେତା ଦୀପକଙ୍କ ପାଖକୁ ଗୋଟିଏ ଭିଡିଓ କରି  ପଠାଇ ଥିବାରୁ ବେସ୍ ଖୁସି ଅଛନ୍ତି ସପନ।

fan

ଅନ୍ଯପଟେ ଯେତେବେଳେ ଦିପକ ଜାଣିଲେ ଜଣେ ଡାଇ ହାର୍ଟ ଫ୍ଯାନ୍ ତାଙ୍କର ଏହି ଚିତ୍ର ତରଭୁଜରେ ଆଙ୍କିଛନ୍ତି, ସେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି। କଳା ଓ କଳାକାର ସବୁବେଳେ ଅମର। କିଏ କେତେବେଳେ କେମିତି ଭାବରେ କାହାର ହୃଦୟ ଜିତେ। କଳା ମାଧ୍ୟମରେ ନିଜ ମନକଥା ପରିପ୍ରକାଶ କରେ। ଯାହାକି ସବୁବେଳେ ମନେ ରୁହେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.