ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା, ପୁଣି ୧୮ ରୁ ବଢିବ ବର୍ଷାର ବିସ୍ତୃତି

ଭିଜୁଛି ସାରା ଓଡ଼ିଶା । ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ବର୍ଷା ବିସ୍ତୃତି ବଢିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରେକର୍ଡ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଜିଠୁ କମିବ ବର୍ଷା ପରିମାଣ । ପୁଣି ୧୮ ତାରିଖରୁ ବଢିବ ବର୍ଷାର ବିସ୍ତୃତି ।

(କେନ୍ୟୁଜ): ଲଘୁଚାପ ବର୍ଷାରେ ବେହାଲ ରାଜ୍ୟ । ଭିଜୁଛି ସାରା ଓଡ଼ିଶା । ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ବର୍ଷା ବିସ୍ତୃତି ବଢିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରେକର୍ଡ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଜିଠୁ କମିବ ବର୍ଷା ପରିମାଣ । ପୁଣି ୧୮ ତାରିଖରୁ ବଢିବ ବର୍ଷାର ବିସ୍ତୃତି ।

ଲଘୁଚାପ ବର୍ଷାରେ କୋରାପୁଟ, ମାଳକାନଗିରି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ୫ ଜିଲ୍ଲାର ୨୧ଟି ବ୍ଳକ ପ୍ରଭାବିତ ହୋଇଛି। କୋରାପୁଟ ଜିଲ୍ଲାର ସର୍ବାଧିକ ୮ ବ୍ଳକ ରହିଥିବାବେଳେ କଳାହାଣ୍ଡିରୁ ୬ଟି ବ୍ଲକ ରହିଛି। ୨୧ଟି ବ୍ଲକରେ ୩୯ଟି ପଂଚାୟତର ୧୫୫ ଗାଁ ବର୍ଷାରେ ପ୍ରଭାବିତ ହୋଇଛି। ବର୍ଷା ଦ୍ବାରା ୧୧ ହଜାର ୨୬୬ ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ୧୫୨ଟି ଘର ଭାଙ୍ଗିଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.