ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ

ବିଜେଡି ଲୋକସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପୁରୀରୁ ଲଢ଼ିବେ ଅରୂପ ପଟ୍ଟନାୟକ । କନ୍ଧମାଳରୁ ଲଢ଼ିବେ ଡକ୍ଟର ଅଚ୍ୟୁତ ସାମନ୍ତ । ଢେଙ୍କାନାଳରୁ ଅବିନାଶ ସାମଲ ।

ଭୁବନେଶ୍ୱର (କେନ୍ୟୁଜ୍‌): ଲୋକସଭା ପାଇଁ ଯୋଦ୍ଧା ତୟାର କଲା ବିଜେଡି । ଦୁଇଟି ପର୍ଯ୍ୟାୟରେ ୧୫ ଆସନ ପାଇଁ ଘୋଷଣା ହେଲା ତାଲିକା । ୩ ସାଂସଦଙ୍କ ଟିକେଟ୍ ବଜାୟ ରହିଛି। ଡ.ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କଳାହାଣ୍ଡିରୁ ଲମ୍ବୋଦର ନିଆଲ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, ଆସିକାରୁ ରଞ୍ଜିତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । କୋରାପୁଟରୁ କୌଶଲ୍ୟା ହିକକା, ଭୁବନେଶ୍ବରରୁ ମନ୍ମତ ରାଉତରାୟ, ଓ ନବରଙ୍ଗପୁରରୁ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ।

ପୁରୀରୁ ଅରୂପ ପଟ୍ଟନାୟକ,କନ୍ଧମାଳରୁ ଡ. ଅଚ୍ୟୁତ ସାମନ୍ତ, ଢେଙ୍କାନାଳରୁ ଅବିନାଶ ସାମଲ , ଜଗତସିଂହପୁର ରାଜଶ୍ରୀ ମଲ୍ଲିକ, କଟକରୁ ସନ୍ତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କ ରିଛି ବିଜେଡି। କେନ୍ଦ୍ରାପଡ଼ା, ଆସିକା, ପୁରୀ ଓ ଢେଙ୍କାନାଳରୁ ସାଂସଦଙ୍କୁ ବଦଳାଇ ନୂଆ ପ୍ରାର୍ଥୀ ଦେଇଛି ଦଳ। କଟକରୁ ନୂଆ ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ ମିଶ୍ର । କୌଶଲ୍ୟା ହିକକାଙ୍କୁ ଛାଡିଦେଲେ ୨୦୧୯ରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.