Below header

ସୁନ୍ଦରଗଡ଼ରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ଆଜି ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଅନୁଗୁଳରୁ ୧୯ଜଣ, ପୁରୀରୁ ୧୯ଜଣ, ସମ୍ବଲପୁର ୧୯ଜଣ, ନୂଆପଡ଼ାରୁ ୧୮ଜଣ, ବରଗଡ଼ରୁ ୧୫ଜଣ, କଟକରୁ ୧୪ଜଣ, ବାଲେଶ୍ବର ୧୧ଜଣ, ଖୋର୍ଦ୍ଧାରୁ ୧୧ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୪ଜଣ, କୋରାପୁଟରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ  ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୩ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, କେନ୍ଦୁଝରରୁ ଜଣେ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩୧୧୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.