ଆଜି ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୫୯୩୪ରେ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ।  ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ ।  ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୧ ଜଣ,ଖୋର୍ଦ୍ଧାର ୨୯ ଜଣ, ଗଜପତିର ୨୬ ଜଣ, ଝାରସୁଗୁଡାରୁ ୧୫ ଜଣ, ବଲାଙ୍ଗିରରୁ ୧୨ ଜଣ, ଜଗତସିଂହପୁରରୁ ୧୧ ଜଣ, ମୟୂରଭଞ୍ଜରୁ ୧୧ ଜଣ, ଯାଜପୁରରୁ ୮ ଜଣ,କେନ୍ଦ୍ରାପଡାରୁ ୬ ଜଣ, କେନ୍ଦୁଝରରୁ ୫ ଜଣ, କଟକ ଓ ସୁନ୍ଦରଗଡରୁ ୪ ଜଣ  ଲଖାଏଁ , ଭଦ୍ରକ ଓ ନୟାଗଡରୁ ୩ ଜଣ ଲଖାଏଁ ଓ ବରଗଡରୁ ଜଣେ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୯୩୪ରେ ପହଞ୍ଚିଛି।

ଆଜି ରାଜ୍ୟରେ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ସେଣ୍ଟରରୁ ୩୫୫ ଓ ସ୍ଥାନୀୟ ଅଞ୍ଚଳରୁ ୧୪୦ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।୨୪ଟି ଜିଲ୍ଲାରୁ ଏହି ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବରଗଡରୁ ୨, ଭଦ୍ରକରୁ ୧୨, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତିରୁ ୭, ଜଗତସିଂହପୁରରୁ ୧୨, ଯାଜପୁରରୁ ୧, ଝାରସୁଗୁଡାରୁ ୮, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୦, କୋରାପୁଟରୁ ୫, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡରୁ , ପୁରୀରୁ ୧୮, ସମ୍ବଲପୁରରୁ ୬, ସୋନପୁରରୁ ୨ ଓ ସୁନ୍ଦରଗଡରୁ ୩୬ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.