ଆହୁରି କଲବଲ କରିବ ତାତି: ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ଅଧିକ ରହିବା ତାପମାତ୍ରା

ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ୧୦ ସହରରେ ୩୭ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ଲଗାତାର ଦ୍ୱିତୀୟ ଦିନରେ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

କେନ୍ୟୁଜ୍(ବ୍ୟୁରୋ): ମାଡ଼ି ଆସୁଛି ଖରା । ଆହୁରି କଲବଲ କରିବ ତାତି । ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ଯୋଗୁଁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହି । ତେବେ ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ୧୦ ସହରରେ ୩୭ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ଲଗାତାର ଦ୍ୱିତୀୟ ଦିନରେ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଗତକାଲି ସର୍ବାଧିକ ତାପମାତ୍ରା ଥିଲା ୩୮.୩ ଡିଗ୍ରୀ । ସେହିଭଳି ତାଳଚେରରେ ୩୮.୨, ନୟାଗଡ଼ରେ ୩୮ ଏବଂ ଭୁବନେଶ୍ୱରରେ ୩୭.୯ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଦୁର୍ବଳ ପଶ୍ଚିମା ଝଡ଼ ଯୋଗୁଁ ପାକିସ୍ତାନ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଶନିବାରରୁ ସୋମବାର ଭିତରେ ବର୍ଷା ସହ ତୁଷାରପାତ ସମ୍ଭାବନା ରହିଛି । ସେହିପରି ଶକ୍ତିଶାଳୀ ପଶ୍ଚିମା ଝଡ଼ ଯୋଗୁଁ ଆସନ୍ତା ସପ୍ତାହରେ ନେପାଳ, ପଞ୍ଜାବ ଓ ହରିୟାଣାରେ ବର୍ଷା ଓ ତୁଷାରପାତ ହୋଇପାରେ । ଆସନ୍ତା ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଥିବା କହିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.