Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୮୩୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ୩୦ ଜିଲ୍ଲାରୁ ୩୮୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ସୁସ୍ଥ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ ରହିଛି। ଆଜି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୫୨୫, କଟକରୁ ୩୮୯, ପୁରୀ ୨୭୪, ଅନୁଗୁଳ ୨୧୦, ବରଗଡ଼ ୧୯୦, ୧ବାଲେଶ୍ୱର ୮୫, ୧ବଲାଙ୍ଗୀର ୩୮, କେନ୍ଦ୍ରାପଡା ୧୫୬, କଳାହାଣ୍ଡି ୧୫୦, ସମ୍ବଲପୁର ୧୩୮, ଜଗତସିଂହପୁର ୧୨୩, ମୟୁରଭଞ୍ଜ ୧୨୨, ଯାଜପୁର ୧୧୮, କନ୍ଧମାଳ ୧୧୦, ସୁନ୍ଦରଗଡ଼ ୧୧୦, ନବରଙ୍ଗପୁର ୯୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ସୋନପୁରରୁ ୯୩, ନୂଆପଡା ୯୧, କୋରାପୁଟ ୭୪, ଝାରସୁଗୁଡା ୭୦, କେନ୍ଦୁଝର ୫୫, ନୟାଗଡ଼ ୫୫, ଭଦ୍ରକ ୫୩, ବୌଦ୍ଧ ୪୧, ମାଲକାନଗିରି ୨୭, ରାୟଗଡା ୨୨, ଦେବଗଡ଼ ୨୦, ଢେଙ୍କାନାଳ ୧୭, ଗଂଜାମ ୧୭, ଗଜପତି ୧୩ ଓ ଷ୍ଟେଟପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ବୋଲି ଟ୍ବିଟ  ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୫୩,୨୧୩ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.