ପୁଣିଥରେ ନିରୀହ ସହିତ କ୍ରୁରତା: ଜବଲପୁରରେ କୁକୁରକୁ ଫିଙ୍ଗିଦେଲେ କେନାଲକୁ, Video ହେଉଛି ଭାଇରଲ

କିଛିଦିନ ତଳେ ଭୋପାଳରେ ନିରୀହ ସହିତ କ୍ରୁରତାର ଫଟୋ ଭାଇରଲ ହେବା ପରେ ଏବେ ଜବଲପୁରରେ ବି ଏଭଳି ହୀନ ମାନସିକତା ଘଟଣା ସାମ୍ନାକୁ ଆସିଛି। ଏଠାରେ ଲମହେଟାଘାଟ ରୋଡରେ ୩ଜଣ ବ୍ୟକ୍ତି ଏକ ନିରୀହ କୁକୁରକୁ ନର୍ମଦା କେନାଲକୁ ଫିଙ୍ଗିଦେଇଛନ୍ତି। ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ କେବେକାର ତାହା ସ୍ପଷ୍ଟ ହୋଇପାରିନାହିଁ।

nj

ll

ମଜା ନେବା ପାଇଁ ଯୁବକମାନେ ନିରୀହ ପ୍ରାଣୀ ସହିତ ଏଭଳି ଆଚରଣ କରିବା ସମସ୍ତଙ୍କୁ ବ୍ୟସ୍ତ କରିପକାଇଛି। ଆପଣଙ୍କୁ କହି ରଖୁଛୁ, ଭୋପାଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ବ୍ୟକ୍ତି ଏକ ନିରୀହ କୁକୁରକୁ ପୋଖରୀକୁ ଫିଙ୍ଗି ଦେଇଥିଲେ। ପରେ କିଛି ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଥିଲା। ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.