Below header

ମୁସଲିମ ଝିଅ ହୋଇବି ସବୁ ଦେବାଦେବୀଙ୍କ ସ୍ତୁତି ଅନର୍ଗଳ ଗାଉଛନ୍ତି ସମଜାନ କିନ୍ତୁ ଅର୍ଥାଭାବରୁ ପାଠପଢା ବନ୍ଦ

ବେଦମନ୍ତ୍ର ପାଠ ଯେମିତି ତାଙ୍କ ମୁହଁରେ । ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ସ୍ତୁତି ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରିପାରୁଛନ୍ତି । ପୁଣି ଗଣପତି ଓ ସରସ୍ଵତୀଙ୍କ ବନ୍ଦନା ଓ ଭଜନ ଏବଂ ଜଣାଣ।ଜଣେ ମୁସଲିମ ସମ୍ପ୍ରଦାୟର ଛାତ୍ରୀ ହୋଇଥିଲେ ମଧ୍ୟ ସେ ଅନର୍ଗଳ ଭାବେ ବେଦ ମନ୍ତ୍ର ପାଠ କରୁଛନ୍ତି । ଯାହା ସମସ୍ତ ଙ୍କୁ ଚକିତ କରିଛି । କେବଳ ବେଦମନ୍ତ୍ର ପାଠ ନୁହେ ଭଜନ ଜଣାଣ ବି ଗାନ କରୁଛନ୍ତି । ପ୍ରତିଭାବନ ଛାତ୍ରୀ ଜଣଙ୍କ ହେଉଛନ୍ତି ଘାଗରା ଗାଁ ର ସମଜାନ ଖାତୁନୁ । ମାଟ୍ରିକ ପରୀକ୍ଷା ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ ବି ଉଚ୍ଚ ଶିକ୍ଷା ପାଇଁ ବାଟ ଓଗାଳିଛି ଅର୍ଥ ।

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗାଁରେ ସମଜାନ ଖାତୁନୁଙ୍କ ଘର । ସମଜାନ ପିଲାଟି ବେଳୁ ଭଲ ପାଠ ପଢିବା ସହ ଧର୍ମ ଗ୍ରନ୍ଥ, ଭଜନ ଜଣାଣ ଆଦିରେ ତାଙ୍କର ବିଶେଷ ରୁଚି ରହିଛି । ମୁହଁ ରେ ତାଙ୍କର ବେଦ ମନ୍ତ୍ର । ପୁଣି ଅନାୟାସରେ ବିନା କୌଣସି କ୍ଲେଶ ରେ ସେ ପ୍ରାଞ୍ଜଳ ଭାବରେ ବିଭିନ୍ନ ହିନ୍ଦୁ ଦେବା ଦେବୀ ଙ୍କ ଶୃତି ଉଚ୍ଚାରଣ କରିପାରୁଛନ୍ତି ।ପିଲାଟି ଦିନରୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଭକ୍ତିଭାବ ଯୋଗୁ ସେ ଅତି ସହଜରେ ବୋଲି ପାରୁଛନ୍ତି । ଜଗନ୍ନାଥ ,ଗଣେଶ,ସରସ୍ଵତୀ, ମହାଦେବ ଶିବଙ୍କ ମନ୍ତ୍ର ଓ ଜଣାଣ ମଧ୍ୟ ବୋଲି ପାରୁଛନ୍ତି । ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟରେ ପ୍ରଗାଢ଼ ଜ୍ଞାନ ହାସଲ କରିବା ପାଇଁ ରୁଚି ରଖିଛନ୍ତି ବୋଲି କହିଛନ୍ତି ।ଝିଅର ଏ ଭଳି ଆଗ୍ରହ ଦେଖି ମା ଖୁସି ହେବା ସହ ଉତ୍ସାହିତ କରନ୍ତି ।

ସମଜାନ ଖାତୁନୁଙ୍କ ବାପା ସେକ କରିମୁଦ୍ଦିନ ଜଣେ ଭିନ୍ନକ୍ଷମ । ମା ସୁଲତାନା ଦୈନିକ ମୂଲଲାଗି ଗଲେ ତାଙ୍କ ଘର ଚଳେ ଯେଉଁ ଦିନ କାମକୁ ନଗଲେ ଘରେ ରୋଷେଇ ବାସ ବନ୍ଦ। ଦୁଇ ଝିଅ ଓ ପୁଅ ମୁହଁରେ ଦିନକୁ ଦୁଇ ଓଳି ଦାନା ଯୋଗେଇ ଦେବା କଷ୍ଟକର ହୋଇପଡିଛି । ମାଟ୍ରିକ ପରୀକ୍ଷାରେ ସଫଳତା ସହ ପାସ କରିବା ପରେ ଅର୍ଥାଭାବରୁ ପାଠ ପଢାରେ ଡୋରି ବନ୍ଧା ହେବାକୁ ଯାଉଛି । ବାପା ମା ଅଧିକ ପାଠ ପଢାଇବାକୁ ଅସମର୍ଥ ପ୍ରକାଶ କରିବା ପରେ ତାଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ସେପଟେ ଘର ଖଣ୍ଡିଏ ମଧ୍ୟ ମିଳିପାରିନାହିଁ । ଖଣ୍ଡିଏ ଚାଳଛପର ଘରେ ପାଞ୍ଚ ଜଣ ମୁଣ୍ଡ ଗୁଂଜିଛନ୍ତି । ତେବେ ସରକାରୀ ସ୍ତରରେ ଝିଅର ପାଠ ପଢା ପାଇଁ ଓ ଘର ଯୋଗାଇ ଦେବାକୁ ଦାବୀ କରିଛନ୍ତି ବାପା ମା । ଯାହା ସରକାରୀ ସାହାଯ୍ୟ ଅଛି ଯୋଗାଇ ଦିଆଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ଏଭଳି ଏକ ପ୍ରତିଭାବନ ଛାତ୍ରୀ ସମଜାନଙ୍କ ପାଠପଢା ଖର୍ଚ୍ଚ କେହି ବହନ କଲେ ତାଙ୍କର ଅଧୁରା ସ୍ୱପ୍ନ ପୂରଣ ହୋଇପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.