ପୁଣି ଆସିଲା ରେଲୱେ ଷ୍ଟେସନରୁ ଦୁଃସମ୍ବାଦ, ଟ୍ରେନ ଲାଇନରେ କଟି ଚାଲିଗଲା ୪ ଜଣଙ୍କ ଜୀବନ

ଅପରାହ୍ନରେ ବର୍ଷା ପବନ ଯାଗୁଁ  ସମସ୍ତେ ବଗି ତଳକୁ ଚାଲିଯାଇଥିଲେ ଓ ଆଶ୍ରୟ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ବ କେନ୍ଦ୍ରର ଭର୍ତ୍ତି କରାଯାଇଥିଲା।

ଯାଜପୁର ରୋଡ଼(କେନ୍ୟୁଜ୍):  ଓଡ଼ିଶାରେ ଥମୁନାହିଁ ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ ।  ଆଜି ପୁଣି ଟ୍ରେନ ଲାଇନରେ କଟି ୪   ଜଣଙ୍କ ଜୀବନ ଯାଇଛି। ଘଟଣା ଘଟିଛି ଯାଜପୁର ରୋଡ଼ ଅଞ୍ଚଳରେ। ସମସ୍ତେ ଜଣେ ଜଣେ ରେଳ ଶ୍ରମିକ ଥିଲେ। ଅପରାହ୍ନରେ ବର୍ଷା ପବନ ଯାଗୁଁ  ସମସ୍ତେ ବଗି ତଳକୁ ଚାଲିଯାଇଥିଲେ ଓ ଆଶ୍ରୟ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ବ କେନ୍ଦ୍ରର ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ସମସ୍ତ ମୃତକ ଶ୍ରମିକ ଶ୍ରେଣୀର। ରେଳବାଇର କାମ ପାଇଁ ଜଣେ କଣ୍ଟ୍ରାକ୍ଟର ଏହି ଠିକା ଶ୍ରମିକ ମାନଙ୍କୁ କାମରେ ନିୟୋଜିତ କରିଥିଲା। ଆଜି ଅପରାହ୍ମରେ ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ ପାଖରେ ହଠାତ ଝ଼ଡବର୍ଷାରୁ ରକ୍ଷା ପାଇବାକୁ ମାଲଗାଡ଼ି ତଳକୁ ଚାଲିଯାଇଥିଲା। ଷ୍ଟେସନର ସିକ୍‌ ଲାଇନରେ ବିନା ଇଞ୍ଜିନର ରେଳ ରେକ୍‌ ହଠାତ ଗଡିବାରୁ ଶ୍ରମିକ ମାନେ ଚାପି ହୋଇଯାଇଥିଲେ । ବର୍ଷା ପବନ ଯୋଗୁ ରେକ୍‌ଟି ଗଡି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସମସ୍ତ ଗୁରୁତରଙ୍କୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରେଳବାଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଖୋର୍ଦ୍ଧା ଡିଆରଏମଙ୍କ ନେତ୍‌ୃତ୍ୱରେ ଏକ ଦଳ ଦୁର୍ଘଟଣାସ୍ଥଳ ଗସ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.