ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ପହଞ୍ଚିଲା ୮ରେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆଉ ୪ ଜଣଙ୍କଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଛି । ସମସ୍ତ ଆକ୍ରାନ୍ତ ବିଦେଶ ଫେରନ୍ତା । ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଫେରିଥିଲେ । ଆଉ ଦୁଇ ଜଣ ୟୁଏଇ ଫେରନ୍ତା । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି ।

ସେଥିମଧ୍ୟରୁ ନାଇଜେରିଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ RTPCR ରିପୋର୍ଟ ନେଗେଟିଭ୍‌ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପୂର୍ବରୁ ୪ ବିଦେଶ ଫେରନ୍ତା ଓମିକ୍ରନ୍‌ ଆକ୍ରାନ୍ତ ହୋଇଥିଲେ । ଏବେ ୪ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଛି ।