Below header

ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରେଣ୍ଟାଇନରୁ କମ ଲୋକାଲ କଣ୍ଟାକ୍ଟରୁ ବେଶି 

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି  ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ  ସରକାରୀ କ୍ବାରେଣ୍ଟାଇନରୁ ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସରୁ ୨୯୮  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୬୪୨ ଜଣ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା  ଦେଇଛି ଭୁବନେଶ୍ୱର ମହାନଗର ନିଗମ ।


ଆକ୍ରାନ୍ତଙ୍କୁ ମଧ୍ୟରେ  ସହିଦ ନଗର କ୍ବାରେଣ୍ଟାଇନରରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିଲେ । ସହିଦ ନଗରରୁ ଆଜି ୧୩ ଜଣ, ବରମୁଣ୍ଡା ବିଡିଏ କଲୋନି, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଏଚବି କଲୋନିରୁ ୬ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି  ଲୋକାଲ କଣ୍ଟାକ୍ଟ  କେସରେ ୨୯୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିରେ ପଟିଆରୁ ୧୨ ଜଣ, ଆଇଆରସି ଭିଲେଜରୁ ୮ ଜଣ, ବରମୁଣ୍ଡା ଏଚବି କଲୋନି, ଡୁମଡୁମା, ଶୈଳଶ୍ରୀ ବିହାର, ଭରତପୁର, ବିଗବଜାରରୁ ୭ ଜଣ ଲେଖାଏଁ ଅଛନ୍ତି ।

ନୟାପଲ୍ଲୀ, ଖଣ୍ଡଗିରିରୁ ୨୪ ଜଣ ଲେଖାଏଁ, ସହିଦ ନଗରରୁ ୨୧ ଜଣ, ବିଡିଏ କଲୋନି, କଳିଙ୍ଗ ନଗର ଅଞ୍ଚଳରୁ ୧୩ ଜଣ ଲେଖାଏଁ, ସବ ହସ୍ପିଟାଲ ଅଂଚଳ, ପଟିଆ ଗାଁରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୟୁନିଟ-୮ ସରକାରୀ ହାଇସ୍କୁଲ ଅଞ୍ଚଳ ଓ ଭିଏସଏସ ନଗର ହାଉସିଂ ବୋର୍ଡ ଅଞ୍ଚଳରୁ ୯-୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.