କଟକ ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣା: ପୁଅ ଓ ଝିଅଙ୍କ ପରେ ଆଖି ବୁଜିଲେ ମା’

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ଆଉ ଜଣେ ମୃତ। ମୃତକ ରୁନୁ ପାତ୍ର। ଗତକାଲି ରାତିରେ ଜଗତପୁରସ୍ଥିତ ଏକ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜରିପାଟଣା ଅଞ୍ଚଳର ଗୋବିନ୍ଦ ପାତ୍ର, ତାଙ୍କ ସ୍ତ୍ରୀ , ପୁଅ ଓ ଝିଅ ଗତକାଲି ଚାଟ୍‌ ଖାଇବା ପରେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିଥିଲେ।

ସେମାନଙ୍କୁ ପ୍ରଥମେ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା । ପରେ ଝିଅର ମୃତ୍ୟୁ ହୋଇଥିଲା। ବାପା ଗୋବିନ୍ଦ ପାତ୍ରଙ୍କ ଚିକିତ୍ସା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.