ପୁଣି ୧୭ରୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଫେବ୍ରୁଆରୀରେ ରାଜ୍ୟର ସବୁଠାରୁ ଉତ୍ତାପ ସହର ଟିଟିଲାଗଡ଼

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ୧୭ରୁ ପଶ୍ଚିମାଝଡ଼ର ପ୍ରଭାବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପଶ୍ଚିମାଝଡ଼ର ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହୋଇଛି । ୬ ଜିଲ୍ଲା ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ଏଥିପାଇଁ ସତର୍କ କରାଯାଇଛି । ୨୪ ଘଣ୍ଟା ପରେ ପୁଣି ଶୀତ ଫେରିବ ।

ଫେବ୍ରୁଆରୀରେ ରାଜ୍ୟର ସବୁଠାରୁ ଅଧିକ ଉତ୍ତାପ ସହର ପାଲଟିଛି ଟିଟିଲାଗଡ଼ । ଟିଟିଲାଗଡ଼ର ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡରେ ସର୍ବାଧିକ ୧୦.୪ମିମି ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.