Below header

ସୌମ୍ୟଙ୍କୁ ଅନୁଭବଙ୍କ କଟାକ୍ଷ: ଠକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ସହ ବନ୍ଧୁତା କରିଛନ୍ତି

ସୌମ୍ୟ ରଞ୍ଜନ ଜଣେ ଅଭ୍ୟାସଗତ ମିଛୁଆ। ନିଜ ନିର୍ବାଚନଣ୍ଡଳୀରେ ସେ କୌଣସି କାମ କରିନାହାନ୍ତି। ଫାଇଭ ଟି ସଚିବ ଓ ବିଜେଡି ନେତାଙ୍କ ନାଁରେ ନିଜ ଖବର କାଗଜକୁ ବ୍ୟବହାର କରି ଖବର ପରିବେଷଣ କରୁଛନ୍ତି: ଅନୁଭବ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): କୋଭିଡ୍ ସଙ୍କଟ ସମୟରେ ହେଉ କି ପଞ୍ଚାୟତ ନିର୍ବାଚନ ସମୟରେ, ଦେଖା ମିଳିଲା ନାହିଁ। ଠକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ସହ ବନ୍ଧୁତା କରିଛନ୍ତି ସୌମ୍ୟବାବୁ । ଏହା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର କି ପ୍ରକାର ନୈତିକତା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସତ୍ ସାହସ ଥିଲେ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ସୌମ୍ୟବାବୁ ବୋଲି ପୁଣିଥରେ ଆହ୍ବାନ କରିଛନ୍ତି ଅନୁଭବ। ମନ୍ତ୍ରୀ ହୋଇପାରିନାହାନ୍ତି ବୋଲି ରାଗ ସୁଝାଉଛନ୍ତି। ସେ ଜଣେ ଅଭ୍ୟାସଗତ ମିଛୁଆ। ନିଜ ନିର୍ବାଚନଣ୍ଡଳୀରେ ସେ କୌଣସି କାମ କରିନାହାନ୍ତି। ଫାଇଭ ଟି ସଚିବ ଓ ବିଜେଡି ନେତାଙ୍କ ନାଁରେ ନିଜ ଖବର କାଗଜକୁ ବ୍ୟବହାର କରି ଖବର ପରିବେଷଣ କରୁଛନ୍ତି। ପୂର୍ବରୁ ଯାହା ଲେଖିଥିଲେ ସୌମ୍ୟ ବାବୁ ତାହା ପ୍ରମାଣ କରି ପାରିନାହାନ୍ତି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ।

ପୂର୍ବରୁ ସୌମ୍ୟବାବୁ ତାଙ୍କ ଖବରକାଗଜରେ ଏକ ଆଲେଖ୍ୟ ଲେଖିଥିଲେ। ଯେଉଁ ଥିରେ ଫାଇଭ ଟି ସଚିବ ଏକ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରୁଛନ୍ତି ବୋଲି ଲେଖିଥିଲେ। ଏହା ଉପରେ ତଥ୍ୟ ପ୍ରମାଣ ରଖିବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅନୁଭବ। ସାରା ରାଜ୍ୟବାସୀଙ୍କ ଆଗରେ ତାଙ୍କ ମିଛ ଧରାପଡ଼ିଛି। ମିଛ କହିବା ଯୋଗୁଁ ସେ ତାଙ୍କ ବିଧାୟକ ପଦ ଛାଡିବେ କି । ଯଦି ତାଙ୍କର ସତ୍ ସାହସ ଅଛି ବିଧାୟକ ପଦରୁ ଇସ୍ତଫା ଦେଇ ଆଉ ଥରେ ଖଣ୍ଡପଡାରୁ ନିର୍ବାଚନ ଲଢନ୍ତୁ ବୋଲି ଆହ୍ବାନ ଦେଇଥିଲେ।  ବିଜେଡି ନେତା ବର୍ତ୍ତମାନର ଖଣ୍ଡପଡ଼ା ବିଧାୟକଙ୍କୁ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ତିନି ତିନିଥର ଟାର୍ଗେଟ କରି ଚ୍ୟାଲେଞ୍ଜ କଲେଣି । କିନ୍ତୁ ଏ ବାବଦରେ ମୁହଁ ଖୋଲିନାହାନ୍ତି ସୌମ୍ୟବାବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.