ଭାବପ୍ରବଣ ହେଲେ ମା ଅପରାଜିତା, କହିଲେ ମୋ ପୁଅ ଖୁବ୍‌ ଶୀଘ୍ର ପରିବାର ପାଖକୁ ଫେରି ଆସିବ

ଭୁବନେଶ୍ୱର (କେନ୍ୟୁଜ): ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା । ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଲକ୍‌ଡାଉନ୍‌ ସମୟରେ ବାବୁସାନ୍‌ ଖରାପ ସାଙ୍ଗଙ୍କ ସମ୍ପର୍କରେ ଆସି ଯାଇଛନ୍ତି। ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ ।

ତେବେ ସେ ତାଙ୍କ ସ୍ତ୍ରୀ ତୃପ୍ତି ଓ ପୁଅକୁ ବହୁତ ଭଲ ପାଆନ୍ତି। କହିଲା ବେଳେ ଭାବପ୍ରବଣ ହୋଇ ପଡିଥିଲେ ଅପରାଜିତା। ମୋ ପୁଅ ଖୁବ୍‌ଶୀଘ୍ର ପରିବାର ପାଖକୁ ଫେରି ଆସିବ।

ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ ।  ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି। ଓଡ଼ଶାବାସୀ ଆମ ପରିବାରଙ୍କ ସହ ଅଛନ୍ତି। ଆମକୁ ଆଶୀର୍ବାଦ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.