Below header

୫୦ ଟଙ୍କାରୁ କମ୍‌ ଦାମ୍‌ରେ ବିଏସଏନଏଲ୍‌ ଦେଉଛି ଦମଦାର ପ୍ଲାନ୍‌, ମାସେ ପର୍ଯ୍ୟନ୍ତ ରହିବ ଭାଲିଡିଟି

ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲ୍‌ (BSNL) ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ଅଫର ଦେଉଛି। ଯାହାର ଫାଇଦା ଉଠାଉଛନ୍ତି ଲକ୍ଷ ଲକ୍ଷ ଉପଭୋକ୍ତା। ଯଦି ଆପଣ ଏମିତି ପ୍ଲାନ ଚାହୁଁଛନ୍ତି, ତେବେ କମ୍‌ ଦାମରେ ଅଧିକ ଭାଲିଡିଟି ଅଫର ଦେଉଥିବା ଅନେକ ପ୍ଲାନ ରହିଛି। ତେବେ ଜାଣନ୍ତୁ ବିଏନଏନଏଲ ଦେଉଥିବା ସବୁଠାରୁ ଅଧିକ ଭାଲିଡିଟି ପ୍ଲାନ୍‌।

୨୪ ଟଙ୍କିଆ ପ୍ଲାନ୍‌:

ବିଏସଏନଏଲ୍‌ର ୨୪ ଟଙ୍କିଆ ପ୍ଲାନରେ ସ୍ପେଶାଲ ଟାରିଫ ଭାଉଚର ଅଫର । ଏହି ଭାଉଚରରେ ୩୦ ଦିନର ଭ୍ୟାଲିଡିଟି ସହିତ ଭଏସ କଲିଂର ସୁବିଧା ରହିଛି। ଏଥିରେ ଲୋକାଲ ଏବଂ ଏସଟିଡି କଲିଂ ପରଥଁ ପ୍ରତି ମିନିଟ୍‌କୁ ୨୦ ପଇସା ଚାର୍ଜ ଲାଗିଥାଏ।

୪୯ ଟଙ୍କିଆ ପ୍ଲାନ୍‌ :

ଏହି ପ୍ଲାନରେ କମ୍‌ ଭାଲିଡିଟି୍‌ ମିଳିଥାଏ। ଏହାଛଡା କଲିଂ ଏବଂ ଡାଟାର ସୁବିଧା ଅଧିକ ମିଳିଥାଏ। ଏହି ପ୍ଲାନରେ ୨୦ ଦିନର ଭାଲିଡିଟି ମିଳିଥାଏ। ୧୦୦ ଟି ଭଏସ କଲିଂ ମିନିଟ୍‌ ଏବଂ ୧ ଜିବି ଡାଟା ମିଳିଥାଏ।

୨୯ ଟଙ୍କିଆ ପ୍ଲାନ୍‌ :

ଯଦି ଆପଣ ଅନଲିମିଟେଡ୍‌ କଲିଂ ଦରକାର ତେବେ ଏହି ପ୍ଲାନର ସୁବିଧା ନେଇପାରିବେ। ଏହି ପ୍ଲାନର ଭାଲିଡିଟି ୫ ଦିନ ରହିଥାଏ। ଏହାସହିତ ଅନଲିମିଡେଟ୍‌ କଲିଂ ଏବଂ ୧ ଜିବି ଡାଟା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.